ରାସ୍ତା ପାର୍‌ କରୁଥିବା ବେଳେ ମାଡ଼ିଗଲା ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଭାଲୁର ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବନ ବିଭାଗ ଅଧୀନରେ ଥିବା ଜଙ୍ଗଲରୁ ଭାଲୁଟିଏ ରାସ୍ତା ପାର କରୁଥିବା ବେଳେ ଟ୍ରକ ଧକ୍କାରେ ତାର ଜୀବନ ଚାଲିଯାଇଥିବା ଜଣାପଡିଛି। ଘଟଣା ଅନୁଯାୟୀ ଟିଲୁଗୁଡା ଏବଂ ଭୋଇଗୁଡା ମଧ୍ୟରେ ଜଙ୍ଗଲୀ ଭାଲୁ ରାସ୍ତା ପାର କରୁଥିଲା। ରାସ୍ତା ପାର୍‌ ସମୟରେ ଭାଲୁଟି ଦ୍ରୁତ ଗତିରେ ଆସୁଥିବା ଟ୍ରକ ସାମ୍ନାରେ ପଡିଯାଇଥିଲା। ଯାହାଫଳରେ ଭାଲୁର ମୁଣ୍ଡ ଉପରେ ଟ୍ରକର ଚକା ଚଢିଯିବା ଫଳରେ ଭାଲୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।

ଖବର ପାଇ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଭାଲୁର ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ସମ୍ପର୍କରେ ଯାଞ୍ଚ ଚାଲିଥିବା ବିଭାଗ କହିଛି।

Comments are closed.