Browsing Category

ଜିଲ୍ଲା

କଟକରୁ ଅପହରଣ , ପୁରୀରେ ଗଣଦୁଷ୍କର୍ମ!

କଟକ : କଟକରୁ ଅପହୃତ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁରୀର ଏକ ହୋଟେଲରେ କଲେଜ ଛାତ୍ରୀଙ୍କୁ ନିଶା ଦେଇ ୪ ଜଣ ସାଙ୍ଗ ଦୁଷ୍କର୍ମ କରିଥିବା ଜଣାପଡିଛି। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ୍‌ ଏହି ଘଟଣାରେ ଯାଜପୁର ରୋଡ୍ ଷ୍ଟେସନରୁ ଜଣଙ୍କୁ ଗିରଫ କରିଛି।…

ବହୁ ଚର୍ଚ୍ଚିତ ପୋଲିସ ଏସ୍.ଆଇ. କେଳେଙ୍କାରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କୁ ମିଳିଛି ସାମୟିକ…

କଟକ : ବହୁ ଚର୍ଚ୍ଚିତ ପୋଲିସ ଏସ୍.ଆଇ. କେଳେଙ୍କାରୀ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି। ଅସୁସ୍ଥତା କାରଣରୁ ଅନ୍ତରୀଣ ଜାମିନରେ ଥିବା ମୁନା ମହାନ୍ତିଙ୍କ ଜାମିନ ଅବଧିକୁ ବଳବତ୍ତର ରଖିଛନ୍ତି ମାନ୍ୟବର ହାଇକୋର୍ଟ।…

ପୁଣି ତାଳଚେରରେ ଦବିଲା ରାସ୍ତା। ସୃଷ୍ଟି ହେଲା ୫ ଫୁଟ ଗଭୀର ଗର୍ତ୍ତ।

ତାଳଚେରରେ : ତାଳଚେରରେ ପୁଣି ଦବିଲା ରାସ୍ତା। ସୃଷ୍ଟି ହେଲା ବିରାଟ ଗାତ। ଡେରା ପେଟ୍ରୋଲ ପମ୍ପ ନିକଟ ମୁଖ୍ୟ ରାସ୍ତାରେ ବିରାଟ ଗାତ ଦେଖିବାକୁ ମିଳିଛି। ଗତ ଏହାର ଓସାର ପାଖାପାଖି ଦୁଇ ଫୁଟ ଓ ଗଭୀର ପାଞ୍ଚ ଫୁଟ ହେବ। ଗତ ବିଳମ୍ବିତ ରାତିରେ ଏହି ଗାତ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ…

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଫୁଫୁଗାଁରେ ହାଟ ଉଦଘାଟନକୁ ନେଇ ଜୋର୍ ଧରିଛି ରାଜନୀତି।

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଫୁଫୁଗାଁରେ ହାଟ ଉଦଘାଟନକୁ ନେଇ ଜୋର୍ ଧରିଛି ରାଜନୀତି।  ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ରାଜ୍ୟ ସରକାର ସୁରକ୍ଷା ନେଇ ଅନେକ ପଦକ୍ଷେପ ନେଉଥିବା ବେଳେ କିଭଳି ଜଣେ ମନ୍ତ୍ରୀ,…

ଇତିହାସ ବିଭାଗର କ୍ଷେତ୍ର ଅଧ୍ୟୟନ: ଗ୍ରାମୀଣ ସମୁଦାୟ ସହ ସଂଯୋଗ ଓ ସଚେତନତା ପ୍ରଚାର

ଭବାନୀପାଟଣା(୧୪|୪): ସ୍ନାତକ ମହାବିଦ୍ୟାଳୟ କର୍ଲାପଡାର ଇତିହାସ ବିଭାଗର ଗ୍ରୁପ୍-୧ ଚତୁର୍ଥ ସେମିଷ୍ଟାରର ୧୭ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମୁଦାୟ ସଂଲଗ୍ନତା,କ୍ଷେତ୍ର ଅଧ୍ୟୟନ,ଇଣ୍ଟରଶିପ୍ କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପନ୍ନ ହୋଇଛି।ଅଧ୍ୟାପିକା ସୁଭଶ୍ରୀ ପଣ୍ଡାଙ୍କ ମାର୍ଗଦର୍ଶନ ଓ…

ମା’ ତାରିଣୀଙ୍କ ଚଇତି ପର୍ବ, ସୁନା ବେଶରେ ଦର୍ଶନ ଦେବେ ମାଆ ତାରିଣୀ

କେନ୍ଦୁଝର : ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବର ଷଷ୍ଠ ଦିନ। ମନ୍ଦିର ପରିସରକୁ ଆଲୋକମାଳା ସହ ପୁଷ୍ପ ଦ୍ବାରା ସୁସଜ୍ଜିତ କରାଯାଇଛି। ଆଜି ସୁନା ବେଶରେ ଦର୍ଶନ ଦେବେ ମାଆ ତାରିଣୀ। ଭକ୍ତମାନେ ମା’ଙ୍କର ଏହି ଦିବ୍ୟ ବେଶ ଦର୍ଶନ କଲେ ଅନେକ…

ସରିଲା ଚନ୍ଦନେଶ୍ୱର ଚଡ଼କ ମେଳା : ଆଜି ଶ୍ରୀଜିଉଙ୍କ ନିକଟରେ ଲାଗି ହେବ ପଣା ଭୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ସୀମାନ୍ତରେ ଥିବା ଭୋଗରାଇ ବ୍ଲକ, ହୁଗୁଳି ଗାଁରେ ବିରାଜିତ ଶ୍ରୀଚନ୍ଦନେଶ୍ୱର ମହାଦେବଙ୍କ ଦୀର୍ଘ ୧୧ ଦିନ ଧରି ପାଳିତ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଚଡ଼କ ମେଳାର ସୋମବାର ଥିଲା ପ୍ରଥମ ଅର୍ଘ୍ୟ। ଏହାକୁ ପ୍ରଥମ ଅର୍ଘ୍ୟ କୁହାଯାଉଥିଲେ ବି ଏହା ହେଉଛି ମେଳାର ଅନ୍ତିମ…

ଓଡିଆ ନବବର୍ଷ ପାଇଁ ଆଜି ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ବନ୍ଦ: ୧୬ରୁ ୧୮ ପୁଣି ଗଣତି

ପୁରୀ: କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୫ଘଣ୍ଟା ୨୨ମିନିଟ ପର୍ଯ୍ୟନ୍ତ ଗଣତି ପ୍ରକ୍ରିୟା ଚାଲିଥିଲା । ୧୯୭୮ ମସିହା ଗଣତି ମେଳକ ସହ ପ୍ରଥମ କରି ଗୋଟିଏ ଆଲମିରା…

କରେଣ୍ଟ ଲାଗି ଟଳି ପଡିଲେ ୩ ଦଣ୍ଡୁଆ, ଜଣେ ଗୁରୁତର

ହିନ୍ଦୋଳ : କରେଣ୍ଟ ଲାଗି ଟଳି ପଡ଼ିଲେ ୩ ଦଣ୍ଡୁଆ। ଟେଣ୍ଟ୍ ବାନ୍ଧୁଥିବା ବେଳେ ବିଜୁଳି ଝଟକା ନେଲା ପ୍ରାଣ। ଢେଙ୍କାନାଳ ହିନ୍ଦୋଳ ବାଲିମି ଥାନା ପାଟଲ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା। ଟେଣ୍ଟର ଷ୍ଟିଲ ବାର ୧୧ କେଭି ତାରରେ ଲାଗିଯିବାରୁ ୫ ଜଣ ଦଣ୍ଡୁଆ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ…

ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଲୁଚାଇଥିଲା ସ୍ବାମୀ, ପର୍ଦ୍ଦାଫାସ୍ କରିଦେଲା ୪ ବର୍ଷର ପୁଅ

ନବରଙ୍ଗପୁର :  ନବରଙ୍ଗପୁର ରାଇଘର ଥାନା ବରଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ। ବାପାର ଏଭଳି ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ୍ କରିଛି ୪ ବର୍ଷର ପୁଅ। ଦୁଇ ଦିନ ତଳେ ସ୍ବାମୀ ସୁବାସ ଗଣ୍ଡ ନିଜ ପତ୍ନୀ ମନେଇ ଗଣ୍ଡ କେଉଁଆଡେ ପଳାଇଥିବା…