ବାଲେଶ୍ଵର, ୧୨/୭(କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗତକାଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କବିତା ଆସରରେ ବାଲେଶ୍ଵରର ନିମନ୍ତ୍ରିତ କବିମାନେ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ।
ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବିଗଣଙ୍କୁ ସ୍ଵାଗତ କରିବା ସହିତ କବିତା ପାଠ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ବକ୍ତବ୍ୟ ରଖି ନିଜେ ଏକ ସ୍ବରଚିତ କବିତା ପାଠ କରିଥିଲେ।
ଆସରକୁ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ପରିଚାଳନା କରିଥିଲେ। ଏହି ଅବସରରେ ବିଶ୍ଵବିଦ୍ୟାଳୟ କୁଳସଚିବ କୁକୁମିନା ଦାସ ଏବଂ ପିଜି କାଉନସିଲ ଅଧ୍ୟକ୍ଷ ସନ୍ତୋଷ କୁମାର ଅଗ୍ରଓ୍ଵାଲ ନିମନ୍ତ୍ରିତ କବିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି କବିତା ଆସରରେ କବି ହରିଶ୍ଚନ୍ଦ୍ର ବେହେରା, ସମରେନ୍ଦ୍ର ନାଥ ମହାପାତ୍ର, ମନସ୍ଵିନୀ ଦେବୀ, ଶ୍ରୀଦେବ, ଶିରିଶ ଚନ୍ଦ୍ର ଜେନା, ଶୁଭେନ୍ଦୁ ଦାସ, ପ୍ରଶାନ୍ତ ଦାସ, ରାଧାରଞ୍ଜନ ପଟ୍ଟନାୟକ, ଭାଗବତ ଦାସ, ଦୀପକ ବୋଷ, କୃଷ୍ଣ କୁମାର ମହାନ୍ତି, ଅଭୟ ଦାସ, ଉତ୍ପଳ ମହାନ୍ତି, ଅଞ୍ଜଳି ପଣ୍ଡା, ଜ୍ୟୋତ୍ସ୍ନା ରାୟ, କଲ୍ୟାଣୀ ନନ୍ଦ, ପ୍ରଦୀପ କୁମାର ମିଶ୍ର, ଦେବାଶିଷ ପାତ୍ର, ବବୁଲୁ ପଧାନ, ବିବେକାନନ୍ଦ ନାୟକ, କମଳ ଲୋଚନ ପଣ୍ଡା, ବବୁଲ୍ କୁମାର କବି ପ୍ରମୁଖ କବିଗଣ କବିତା ପାଠ କରିଥିଲେ। ଏହି ଅବସରରେ କୁଳସଚିବ କୁକୁମିନା ଦାସ ଏକ ଜଗନ୍ନାଥ ଜଣାଣ ଗାୟନ କରିଥିଲେ।
Comments are closed.