Browsing Category

ଜିଲ୍ଲା

କର୍ଲାପଡା ଠାରେ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

କଳାହାଣ୍ଡି (୫/୧):ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା ଫୁଟବଲ ଆଶ୍ସୋସିଏସନ ତରଫରୁ ପ୍ରଥମ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହାର ଦ୍ଵିତୀୟ ଦିବସରେ ଖରିଆର ଫୁଟବଲ କ୍ଲବ ଏବଂ ମଧ୍ୟପୁର ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି…

ଶ୍ରୀରାମକୃଷ୍ଣ ସେବାଶ୍ରମରେ କଳ୍ପତରୁ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା : ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତରେ ଅବସ୍ଥିତ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳରେ ଠାକୁର ଶ୍ରୀରାମକୃଷ୍ଣଙ୍କ କଳ୍ପତରୁ ଉତ୍ସବ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ପ୍ରାଧ୍ୟାପକ କାଳୀ କିଙ୍କର ପଟ୍ଟନାୟକ ଯୋଗଦେଇ ଶ୍ରୀରାମକୃଷ୍ଣ…

୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ ଆୟୋଜିତ

କଟକ (୪/୧) : ଫେବୃଆରୀ ୨ ଓ ୩ ତାରିଖରେ ଦୁଇ ଦିନ ବ୍ୟାପୀ କଟକ ଶ୍ରୀ ଶ୍ରୀ ଵିଶ୍ୱବିଦ୍ୟାଳୟ ପରିସରରେ ଏକ ଦ୍ୱିଦିବସୀୟ ଜାତୀୟ ଅନୁବାଦକ ସମ୍ମିଳନୀର ଆୟୋଜନ କରାଯାଇଛି। ଶ୍ରୀ ଶ୍ରୀ ଵିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ଟ୍ରାନସଲେସନ ଆଣ୍ଡ୍ ଇଣ୍ଟରପ୍ରିଟିଙ୍ଗ୍ ଷ୍ଟଡିଜ୍ ଓ ଭାରତୀୟ ଅନୁବାଦ ସାହିତ୍ୟର…

ବ୍ରହ୍ମପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ରେ ନିଆଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ରେ ନିଆଁ ଲାଗିଥିବା ଜଣାପଡ଼ିଛି। ଗୌହାଟୀରୁ ବେଙ୍ଗାଲୁରୁ ଯାଉଥିଲା ସୁପରଫାଷ୍ଟ ଟ୍ରେନ୍ । ଷ୍ଟେସନରେ ରହଣି ବେଳେ ବି ୨ ବଗିର ତଳପଟୁ ନିଆଁ ବାହାରିଥିଲା । ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ। ପ୍ରାୟ ୪୦ ମିନିଟ୍ ପରେ…

ଜଳିଗଲା ୭ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭଦ୍ରକ: ଜଳିଗଲା ୭ ବଖରା। ୯ ଗୋରୁ ଜୀବନ୍ତ ଦଗ୍ଧ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦରପୁର ପଞ୍ଚାୟତ ଛାତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ନିଆଁ ଲାଗି ୭ଟି ପରିବାରର ୧୦ ବଖରା ଘର ଜଳିଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ୧୦ଗୋଟି…

ବିଡିଓଙ୍କୁ ଦୁର୍ବ୍ୟବହାର: ତଦନ୍ତ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆକ୍ରମଣ ଉଦ୍ୟମ ଘଟଣାରେ ଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେଇଛନ୍ତି। ଓଏଏସ୍‌ ସଂଘର ଅଭିଯୋଗ ପରେ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ବ୍ଲକ୍ ଚେୟାରମ୍ୟାନଙ୍କ ପକ୍ଷରୁ ଅଭିଯୁକ୍ତଙ୍କ…

ଟ୍ରକକୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର

ବାଲେଶ୍ଵର :  ବାଲେଶ୍ଵର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଓଳିଆ ପାଟଣା ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ଏକ  ଲରି ଟ୍ରକକୁ ପଛପଟୁ ଯାତ୍ରୀବାହୀ ବସ୍  ବିନାୟକ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ସୂଚନା…

ବରଗଡ଼ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ

ବରଗଡ଼ ମଥୁରା ନଗରୀ : ସତ୍ୟର ବିଜୟ ଅସତ୍ୟର ପରାଜୟ ସହିତ ଐଶୀ ଶକ୍ତି ଯେ ସବୁବେଳେ ଆସୁରିକ ଶକ୍ତି ଉପରେ ବିଜୟ ଲାଭ କରେ ଏହା ପୁଣି ଥରେ ପ୍ରମାଣିତ ହୋଇଛି ବରଗଡ଼ ଧନୁଯାତ୍ରାରେ। ଦେବକୀଙ୍କ ଅଷ୍ଟମ ସନ୍ତାନ କୃଷ୍ଣଙ୍କ ହାତରେ ପ୍ରତାପୀ ମହାରାଜ କଂସଙ୍କ ନିଧନ ହୋଇଛି। ଏହା ସହିତ ମଥୁରା ନଗରୀରେ…

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାପାର୍ଶ୍ବରେ । ରାସ୍ତାପାଖ ଅଳିଆ ଗଦାରେ ଅବଧି ସରିନଥିବା ଔଷଧ ପଡିଥିବା ଦେଖିବାକୁ…

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା:

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା। ମଧ୍ୟରାତ୍ର ୧୨ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। ଏମ୍‌ଭି ୨୬ ଓ ରାଖେଲଗୁଡା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି କରାଯାଇଛି। ସେପଟେ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ…