Browsing Category

ଓଡିଶା

ରେଢ଼ାଖୋଲ ବ୍ଲକରେ ଜନ ଅଭିଯୋଗ ଶୁଣାଣି

ସମ୍ବଲପୁର :ତା୨୭/୦୭/୨୬ ରିଖ ଆଜି ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମ୍ବଲପୁର ଏବଂ ଏସ.ପି ସମ୍ବଲପୁର ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା | ମୋଟ ୧୩୨ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୧୧୪ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୮ ଟି…

ସମ୍ବଲପୁର ସହରର ଦୁର୍ଦ୍ଦଶା ପାଇଁ ଦାୟୀ କିଏ?

ସମ୍ବଲପୁର :  ତା ୨୫/୦୭/୨୦୨୬ ରିଖ ସମ୍ବଲପୁର ସହରରେ ସାମାନ୍ୟ ବର୍ଷା ହେଲେ ରାସ୍ତାଘାଟ ପାଣିରେ ବୁଡ଼ିଯାଉଛି। ବହୁ ଅଞ୍ଚଳରେ ଘର ଭିତରକୁ ପାଣି ପଶୁଛି, ଲୋକମାନଙ୍କର ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ପ୍ରତିବର୍ଷ ସମାନ ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ଦେଖାଯାଉନାହିଁ।…

ସୁଶାନ୍ତ ସିଂ ଙ୍କ ବିୟୋଗରେ ହୀରାଲାଲ ବେହେରାଙ୍କ ଶୋକ ପ୍ରକାଶ I

ସମ୍ବଲପୁର,୨୭/୦୭: ଭଟଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି I ତାଙ୍କ ବିୟୋଗରେ ରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପ ସଭାପତି ଶ୍ରୀ ହୀରାଲାଲ ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି I ଶ୍ରୀ ବେହେରା…

ବିଜୁପଟ୍ଟନାୟକ ଛକ ବାଇପାସ୍ ଠାରେ ପୁଲିସ ଟ୍ରାଫିକ ପୋଷ୍ଟ କରିଵାକୁ ବିଭିନ୍ନ ମହଲରେ ଦାବୀ

ପଟ୍ଟାମୁଣ୍ଡାଇ ୨୭/୭ : ପଟ୍ଟାମୁଣ୍ଡାଇ ସହରର ମୂଖ୍ୟ ଦ୍ଵାର ବିଜୁପଟ୍ଟନାୟକ ଛକ ବାଇପାସ୍ ଠାରେ ପୁଲିସ ଟ୍ରାଫିକ ପୋଷ୍ଟ କରିଵାକୁ ବିଭିନ୍ନ ମହଲରେ ଦାବୀ ଜୋର ଧରିଛି। ପଟ୍ଟାମୁଣ୍ଡାଇର ଏହି ଜନଗହଳିପୂର୍ଣ୍ଣ ଚତୁର୍ଥ ଦ୍ଵାର ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଆଳି, ପଟ୍ଟାମୁଣ୍ଡାଇ…

ମ୍ୟାନକାଇଣ୍ଡ ଫାର୍ମା ଲିମିଟେଡ୍ CSR ପଦକ୍ଷେପରେ ସମଗ୍ର ଗ୍ରାମୀଣ ବିକାଶ ପ୍ରକଳ୍ପର ଶୁଭାରମ୍ଭ

ତେନ୍ତୁଳୀଖୁଣ୍ଟି, ୨୭/୦୭/୨୦୨୬ (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଦିଗୀ ଓ ତେନ୍ତୁଳୀଖୁଣ୍ଟି ପଞ୍ଚାୟତରେ ମ୍ୟାନକାଇଣ୍ଡ ଫାର୍ମା ଲିମିଟେଡ୍‌ର CSR ପଦକ୍ଷେପରେ ETPA ଫାଉଣ୍ଡେସନ ଦ୍ୱାରା ସମଗ୍ର ଗ୍ରାମୀଣ ବିକାଶ (PROSPER)ପ୍ରକଳ୍ପର ଶୁଭାରମ୍ଭ ତେନ୍ତୁଳୀଖୁଣ୍ଟି…

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ବିଦାୟ, ଶେଷ ଦର୍ଶନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜେଡିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ ଜଣାଇଛି ବିଜେଡି। ଆଜି ତାଙ୍କ ମରଶରୀର ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନରେ ପହଞ୍ଚିବା ପରେ ଦଳୀୟ ନେତା ତଥା ବିଧାୟକମାନେ ଶେଷ ଦର୍ଶନ କରିଥିଲେ। ସେହିପରି ବିଜେଡି ସୁପ୍ରିମୋ ତଥା ପୂର୍ବତନ…

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ୧୧୦୦ ପଦବୀ ପାଇଁ ନିଯୁକ୍ତି: ବିନା ପରୀକ୍ଷାର ହେବ ଚୟନ

ନୂଆଦିଲ୍ଲୀ: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (SAIL) ୨୦୨୬-୨୭ ପାଇଁ ଶିକ୍ଷାର୍ଥୀ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଅଭିଯାନ ଅଧୀନରେ ମୋଟ ୧୧୦୦ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପଦବୀ ପାଇଁ କୌଣସି ଲିଖିତ ପରୀକ୍ଷା…

ଯୁଦ୍ଧ ସାମୟିକ ସ୍ଥଗିତ ରଖିଲା ଆମେରିକା

ୱାଶିଂଟନ: ଇରାନ ବିରୋଧରେ ଆମେରିକା ଚଳାଇଥିବା ଯୁଦ୍ଧକୁ ସ୍ଥଗିତ ରଖିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୈନ୍ୟବାହିନୀକୁ ନିର୍ଦେଶ ଦେଇଛନ୍ତି। ଇରାନ ବିରୋଧରେ ଆମେରିକା କ୍ରମାଗତ ୧୩ ଦିନ ଧରି ଯୁଦ୍ଧ ଚଳାଇଆସିଥିଲାବେଳେ ରବିବାର ଏହାକୁ ସାମୟିକ ସ୍ଥଗିତ ରଖାଯାଇଛି। ଉଭୟ ଦେଶ ମଧ୍ୟରେ…

ପ୍ରତିବାଦ ସମୟରେ AK-47 ରୁ ଗୁଳି ଚଳାଇଥିବା ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ବିହାରର ସିୱାନ ଜିଲ୍ଲାରେ ଛାତ୍ର ପ୍ରତିବାଦ ସମୟରେ SIT ସଦସ୍ୟ ଅଭିଷେକ ପଟେଲଙ୍କ ଏକ ଭିଡିଓ ଜାରି କରାଯାଇଥିଲା, ଯେଉଁଥିରେ ସେ ପ୍ରତିବାଦକାରୀଙ୍କ ଆଡ଼କୁ AK-47 ଗୁଳି ଚଳାଇଥିବାର ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ପୋଲିସ ପ୍ରଶାସନ ଘଟଣାର ସତ୍ୟାସତ୍ୟ ପ୍ରମାଣିତ କରି…

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ

ନୂଆଦିଲ୍ଲୀ: ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ କରାଯାଇଛି। ଜିତେନ୍ଦ୍ର ସିଂହ ବିଲ୍ ଆଗତ କରିଛନ୍ତି। ବିରୋଧୀ ଦଳ ଏହି ସମୟରେ ହଙ୍ଗାମା କରିଥିଲେ। ଯାହାପରେ ଲୋକସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପେପର ଲିକ୍ ବିରୋଧ ବିଲ୍ ବିଷୟରେ କିରେନ୍ ରିଜିଜୁ କ’ଣ କହିଲେ?…