Browsing Category

ମହାନଗର

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ଵର: ଆସନ୍ତା ୧୬ ତାରିଖ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ କୁମାର ପାଢୀ। ଦୂରଦର୍ଶନକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି, ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି…

ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର : ସୋମବାର ସକାଳୁ ଏକ ବଡ ଖବର ସାମ୍ନାକୁ ଆସିଛି। ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି। ସେ ୨୦୧୩ ବ୍ୟାଚର ଆଇପିଏସ। ଇସ୍ତଫା ଦେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି। ସେ…

ଭୁବନେଶ୍ୱର ଠାରେ ଉନ୍ମୋଚିତ ହେଲା ମମତା ମହାପାତ୍ରଙ୍କ ଇଂରାଜୀ ପୁସ୍ତକ ‘ୱିମେନ ଏମ୍‌ପାୱାରମେଣ୍ଟ ପ୍ରୋଗ୍ରାମ୍ସ ଇନ…

ଭୁବନେଶ୍ୱର, ୪/୭(କୃଷ୍ଣ କୁମାର ମହାନ୍ତି) : ବାଲେଶ୍ଵରରୁ ପ୍ରକାଶିତ ମାସିକ ମହିଳା ସାହିତ୍ୟ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ସମ୍ପାଦିକା ମମତା ମହାପାତ୍ରଙ୍କ 'ଓ୍ଵିମେନ୍ ଏମପାଓ୍ବାରମେଣ୍ଟ ପ୍ରୋଗ୍ରାମ୍ ଇନ୍ ଆକ୍ସନ’ ଇତିମଧ୍ୟରେ ଭୁବନେଶ୍ୱରସ୍ଥିତ ପ୍ରେସ୍‌କ୍ଲବ ଅଫ୍ ଓଡ଼ିଶା ଠାରେ ଉନ୍ମୋଚିତ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ଓସୱାସ୍ ପ୍ରଶିକ୍ଷଣ ଶିବିର : ଡିଜିଟାଲ୍ ଓ ଇକୋ-ଫ୍ରେଣ୍ଡଲି ପ୍ରଶାସନ ଦିଗରେ…

ଭୁବନେଶ୍ୱର, ୪/୦୭(କୃଷ୍ଣ କୁମାର ମହାନ୍ତି): ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଓଡ଼ିଶା ଷ୍ଟେଟ୍ ୱର୍କଫ୍ଲୋ ଅଟୋମେସନ ସିଷ୍ଟମ’ର ସଫଳ ରୂପାୟନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ…

ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ, ରାଜ୍ୟରେ ବର୍ଷା ଜାରି; ୫ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଥିବାବେଳେ କେତେକ ସ୍ଥାନରେ ପ୍ରବଳରୁ ଅତି…

ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି (ଗ୍ରୀନ୍ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ, ଜାପାନୀ ଶିଳ୍ପ ବ୍ୟବସାୟିକ ପ୍ରତିନିଧି…

ଓଏଏସ୍‌ ବରିଷ୍ଠତା ବିବାଦ; ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକାର କାର୍ଯ୍ୟକାରିତା ଉପରେ ରୋକ

କଟକ: ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଗ୍ରୁପ୍-ଏ (ଜେବି) ଅଧିକାରୀଙ୍କ ମଧ୍ୟରେ ବହୁ ଦିନରୁ ଲାଗି ରହିଥିବା ବରିଷ୍ଠତା ବିବାଦ ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କୋର୍ଟ ଏହି ମାମଲାରେ ପ୍ରକାଶିତ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା କାର୍ଯ୍ୟକାରୀ କରିବା ଉପରେ…

ବର୍ଷା ପାଇଁ ହାଇଆଲର୍ଟରେ ଅଗ୍ନିଶମ ବାହିନୀ

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବାବେଳେ, ଏହାର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ…

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

ଭୁବନେଶ୍ୱର: ଗ୍ରାମୀଣ ମହିଳାଙ୍କୁ କେବଳ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟ ଭାବେ ନୁହେଁ, ବରଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଦିଗରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ‘ସି-ଲିପ୍ସ’ ନାମକ ଏକ ନୂଆ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଦେଶର କୋଟି କୋଟି ମହିଳା ସ୍ୱୟଂ ସହାୟକ…