ଫିଟନେସ ନ ଥିବାରୁ ବସ ଜବତ

0

ଭୁବନେଶ୍ୱର: ସଡ଼କ ସୁରକ୍ଷା ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଏହି କ୍ରମରେ ଫିଟନେସ ସାର୍ଟିଫିକେଟ୍ ନଥିବାରୁ କଟକରୁ ବ୍ରହ୍ମପୁର ଯାଉଥିବା ଏକ ଯାତ୍ରୀବାହୀ ବସକୁ ଜବତ କରାଯାଇଛି।

ପରିବହନ ବିଭାଗର ସୂଚନା ଅନୁଯାୟୀ, ସମ୍ପୃକ୍ତ ବସଟି ବୈଧ ଫିଟନେସ ସାର୍ଟିଫିକେଟ୍ ବିନା ଚଳାଚଳ କରୁଥିଲା। ଯାଞ୍ଚ ସମୟରେ ଏହି ଅନିୟମିତତା ଧରାପଡ଼ିବା ପରେ ବିଭାଗ ପକ୍ଷରୁ ବସକୁ ଜବତ କରାଯାଇଛି।

ରାଜ୍ୟବ୍ୟାପୀ ବିଶେଷ ଅଭିଯାନ ଅନ୍ତର୍ଗତ ପରିବହନ ବିଭାଗ ବର୍ତ୍ତମାନ ବାଣିଜ୍ୟିକ ଯାନଗୁଡ଼ିକର ପରମିଟ, ଫିଟନେସ ସାର୍ଟିଫିକେଟ୍ ଓ ଇନସୁରାନ୍ସ ଦସ୍ତାବିଜର ଯାଞ୍ଚକୁ ଜୋରଦାର କରିଛି। ନିୟମ ଉଲ୍ଲଂଘନ କରୁଥିବା ଯାନ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ପରିବହନ ବିଭାଗ ପକ୍ଷରୁ ଗାଡ଼ି ମାଲିକ ଓ ପରିଚାଳକମାନଙ୍କୁ ବୈଧ କାଗଜପତ୍ର ସହିତ ଯାନ ଚଳାଚଳ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଫିଟନେସ ସାର୍ଟିଫିକେଟ୍, ପରମିଟ ଏବଂ ଇନସୁରାନ୍ସର ଅବଧି ସମୟରେ ନବୀକରଣ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.