Browsing Category

ଅପରାଧ

ହତ୍ୟା ଉଦ୍ୟମ ମାମଲାରେ ୫ ବର୍ଷ ସଶ୍ରମ କାରାଦଣ୍ଡ

ଜଳେଶ୍ୱର: ଜଳେଶ୍ୱର ସହକାରୀ ଦୌରାଜଜ୍ ସୁଶିଲ କୁମାର ସାହୁଙ୍କ ଅଦାଲତ ଏକ ହତ୍ୟା ଉଦ୍ୟମ ମାମଲାରେ ରାୟ ଶୁଣାଇଛନ୍ତି। ଜଳେଶ୍ୱର ବ୍ଲକ୍‌ ତଥା ରାଇବଣିଆ ଥାନା ରାଜନଗର ପାଟଣା ଗ୍ରାମର ଅରବିନ୍ଦ ନାୟକ (୪୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ସେହିପରି ୧୦ ହଜାର…

ଚାରି ବର୍ଷ ପରେ ବାହାରକୁ ଆସିଲା ସତ: ସ୍ବାମୀଙ୍କୁ ହତ୍ୟା କରି ପ୍ରେମିକ ଘ‌ରେ ପୋତିଥିଲା ମହିଳା

ଗାଜିଆବାଦ୍‌: ପ୍ରେମ ପାଇଁ ହତ୍ୟା ଆଜିକାଲି ଏକ ସାଧାରଣ କଥା ପାଲଟି ଗଲାଣି। ପ୍ରେମିକ ସହ ମିଶି ସ୍ବାମୀର ହତ୍ୟା ବି ଅଧିକାଂଶ ମହିଳାଙ୍କ ପାଇଁ ଏକ ପିଲା ଖେଳ ପାଲଟିଛି। ନିକଟରେ ଗାଜିଆବାଦ୍‌ ପୁଲିସ୍‌ ସେପରି ଏକ ଘଟଣାର ତଦନ୍ତ କରିଛି। ଜାଣିବାକୁ ମିଳିଛି ଯେ ଜଣେ ମହିଳା ନିଜ ପ୍ରେମିକ ସହ…

ସନ୍ଦେହ ହେବନି ବୋଲି ଶ୍ରଦ୍ଧାଙ୍କ ବନ୍ଧୁଙ୍କ ସହ ଇନ୍‌ଷ୍ଟାରେ କଥା ହେଉଥିଲା ଅଫ୍‌ତାବ, ଗୁଗୁଲ୍‌ରେ ଖୋଜୁଥିଲା ‘ଖୁନ୍‌…

ନୂଆଦିଲ୍ଲୀ: ଦିଲ୍ଲୀରେ ଅଫତାବ ନାମକ ଯୁବକ ନିଜ ଲିଭ୍‌-ଇନ୍‌ ପାର୍ଟନର୍‌ ଶ୍ରଦ୍ଧା ୱାକରଙ୍କୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ ଭିତରେ ରଖିଥିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଥିବା ବେଳେ ସେହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ଅଫତାବର ବର୍ବର କାଣ୍ଡ ରୋମଟାଙ୍କୁରା ଥିବା ବେଳେ ତା…

‘ଫାଶୀଠାରୁ ବି ଯଦି କଠିନ ଦଣ୍ଡାଦେଶ ଅଛି ଅଫତାବକୁ ସେ ଦଣ୍ଡ ମିଳୁ‘: ଶ୍ରଦ୍ଧାଙ୍କ ବାପା

ମୁମ୍ବାଇ: ନିଜ ଝିଅର ନିର୍ମମ ହତ୍ୟାକୁ କୋଉ ବା ବାପା ସହ୍ୟ କରିପାରିବେ? ନିଜ ଝିଅର ହତ୍ୟାକାରୀକୁ ଫାଶୀ ଦଣ୍ଡ ମିଳୁ ବୋଲି କିଏ ବା ଚାହିଁବନି? ଅଦାଲତକୁ ଏମିତି ଏକ ନିବେଦନ କରିଛନ୍ତି ବହୁଚର୍ଚ୍ଚିତ ଶ୍ରଦ୍ଧା ୱ‌ାକରଙ୍କ ବାପା ବିକାଶ ୱାକର। ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି…

ଝିରିପାଣି ହତ୍ୟାକାରୀକୁ ଏନକାଉଣ୍ଟର: ଅଭିଯୁକ୍ତ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି

ରାଉରକେଲା: ପୁଲିସ ସହ ଗୁଳି ବିନିମୟରେ ବାଞ୍ଛାନିଧି ତନ୍ତିଙ୍କ ହତ୍ୟାକାରୀ ଅଜିତ ଓରାମ ଆହତ ହୋଇଛି। ପୁଲିସ ଅଜିତ ନିକଟରୁ ଗୋଟିଏ ପିସ୍ତଲ ଦୁଇ ରାଉଣ୍ଡ ଗୁଳି ଜବତ କରିଛି। ଆହତ ଅଜିତକୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ,  ଝିରିପାଣିରେ ଗତକାଲି ଗୁଳିମାଡରେ…

ଯୁବକଙ୍କ କଙ୍ଗାରୁ କୋର୍ଟ: ପ୍ରେମିକାଙ୍କ ସହ କଥା ହେଉଥିବା ନାବାଳକଙ୍କୁ ନିସ୍ତୁକ ମାଡ଼

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଥାନା ଅନ୍ତର୍ଗତ ରସଲପୁର ଗାଁରେ ପ୍ରେମିକାଙ୍କ ସହ କଥା ହେଉଥିବା ଏକ ନାବାଳକୁ ନିସ୍ତୁକ ମାଡ଼ ଓ ନିର୍ଯାତନା ଦିଆଯିବା, ୫୨୦୦ ଟଙ୍କା ଦାଦା ବଟି ଆଦାୟ ଓ ବାର୍ତାଳାପର ଭିଡିଓ ଭାଇରାଲ୍‌ କରିବା ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି।  ଗିରଫ…

ପାରାଦୀପଗଡ଼ ଜରାଶ୍ରମ ପରିଚାଳକଙ୍କୁ ହତ୍ୟା

ଜଗତସିଂହପୁର : ପାରାଦୀପ ଲକ୍ ଥାନା ଅଧୀନ ଗଡ଼ ଗାଁରେ ଥିବା ରତ୍ନମାଳି ଜେନା ଜରାଶ୍ରମରେ ଶନିବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଥାକୁ ନେଇ ଜରାଶ୍ରମର ମ୍ୟାନେଜର ସନ୍ତୋଷ ବେହେରାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ କୀର୍ତ୍ତନ ପରିଡ଼ା।…

ତୃତୀୟ ଦିନରେ ବି ଖଗେଶ୍ୱରକୁ ମାରାଥନ ଜେରା: ମୋବାଇଲ ଫୋନର ଯାଞ୍ଚ କରୁଛନ୍ତି ସାଇବର ବିଶେଷଜ୍ଞ

ଭୁବନେଶ୍ବର: ଆଜି ତୃତୀୟ ଦିନରେ ଖଗେଶ୍ୱରକୁ କରୁଛି ମାରାଥନ ଜେରା ଜାରି ରଖିଛି ଇଡି। ଖଗେଶ୍ୱରଙ୍କ ଲକ୍ ଥିବା ଦୁଇ ମୋବାଇଲକୁ ପାସୱାର୍ଡ ଦେଇ ଖୋଲାଯାଇଛି। ରାଜ୍ୟ ବାହାରର ସାଇବର ଫରେନସିକ ବିଶେଷଜ୍ଞ ଏହି ମୋବାଇଲ ଫୋନର ଯାଞ୍ଚ କରୁଛନ୍ତି। ଖଗେଶ୍ୱରଙ୍କ ଚାଟିଙ୍ଗ ଡିଲିଟ ହୋଇଛି. ମୋବାଇଲରେ…

ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣା: ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ପୁଇଁତଳା ଥାନା ବିଲେଇସର୍ଡା ଗାଁରେ ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣାରେ ସାପଧରାଳି ବୀର ବିଶ୍ୱାଳ ଗିରଫ ହୋଇଥିବା ଜଣାଯାଇଛି।ବୀର ବିଶ୍ୱାଳ  ନାମକ ଜଣେ ସାପଧରାଳି ଏକ ନାଗ ସାପକୁ ଧରି ନେଲ କଟରରେ ଅତି ନିର୍ଦ୍ଦୟ ଭାବରେ ଦାନ୍ତ ଭାଙ୍ଗି ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା। ବୀର…

ଦିନରେ ପୁରୁଷ ରାତିରେ ନାରୀ: ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ, ଅଭିଯୁକ୍ତ ସ୍ୱାମୀ ଗିରଫ

ସୋର: ସ୍ୱାମୀ ତାଙ୍କର ଦିନରେ ପୁରୁଷ ରାତିରେ ନାରୀ। କଥା କଥାକେ ତାଙ୍କୁ ଦେଉଥିଲେ ନିର୍ଯ୍ୟାତନା ଓ ଜୀବନରୁ ମାରିଦେବାର ଧମକ। ଶାଶୁ, ଶଶୁର ଓ ନଣନ୍ଦ ଯାହା ପାଖରେ ବି ଗୁହାରି କଲେ ମିଳୁଥିଲା ଅତ୍ୟାଚାର। ଶେଷରେ ସହିବାର ସବୁ ସୀମା ଟପିଗଲା ପରେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେଲେ କିନ୍ତୁ…