‘ଫାଶୀଠାରୁ ବି ଯଦି କଠିନ ଦଣ୍ଡାଦେଶ ଅଛି ଅଫତାବକୁ ସେ ଦଣ୍ଡ ମିଳୁ‘: ଶ୍ରଦ୍ଧାଙ୍କ ବାପା

ମୁମ୍ବାଇ: ନିଜ ଝିଅର ନିର୍ମମ ହତ୍ୟାକୁ କୋଉ ବା ବାପା ସହ୍ୟ କରିପାରିବେ? ନିଜ ଝିଅର ହତ୍ୟାକାରୀକୁ ଫାଶୀ ଦଣ୍ଡ ମିଳୁ ବୋଲି କିଏ ବା ଚାହିଁବନି? ଅଦାଲତକୁ ଏମିତି ଏକ ନିବେଦନ କରିଛନ୍ତି ବହୁଚର୍ଚ୍ଚିତ ଶ୍ରଦ୍ଧା ୱ‌ାକରଙ୍କ ବାପା ବିକାଶ ୱାକର। ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି ‘ମୁଁ ଚାହେଁ ମୋ ଝିଅର ହତ୍ୟାକାରୀଙ୍କୁ ଫାଶୀ ହୋଇଯା‌ଉ।

ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ସେ ତାଙ୍କ ଝିଅର ହତ୍ୟାକାରୀକୁ କେଉଁ ଦଣ୍ଡ ମିଳୁ ବୋଲି ଚାହାନ୍ତି ତ ସେ ଉତ୍ତରରେ ଫାଶୀ ଦଣ୍ଡାଦେଶ ବୋଲି କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଫାଶୀଠାରୁ ବି ଯଦି କିଛି କଠିନ ଦଣ୍ଡାଦେଶ ଅଛି ତ ସେହି ଦଣ୍ଡ ସେ ତାଙ୍କ ଝିଅର ହତ୍ୟାକାରୀ ଅଫତାବ ପାଇଁ ଚାହାନ୍ତି।

‘ଯଦି ସେ ମୋ ଝିଅକୁ ଖଣ୍ଡ ଖଣ୍ଡ କରିଛି ତ ତା’ ଶରୀର ବି ଖଣ୍ଡ ଖଣ୍ଡ ହେଉ। ଫାଶୀ ଦିଆଯାଉ। ତାଠାରୁ ବି ଯଦି କିଛି ଖରାପ ବି ଅଛି ତ କରାଯାଉ। ଯାହା ଅଫ୍‌ତାବ ସ୍ବୀକାର କରିଛି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନି। ଯଦି ସେ ସ୍ବୀକାର କରିଥିବା କଥା ସତ ତ ତାକୁ ଫାଶୀ ଦିଆଯାଉ’ ବୋଲି ବିକାଶ ମଣମାଧ୍ୟମରେ କହିଛନ୍ତି।

ତାଙ୍କ ବାପା ଆହୁରି ବି କହିଛନ୍ତି ଯେ ସେ ତାଙ୍କ ଝିଅ ସହ ‌ଶେଷ ଥର ପାଇଁ ୨୦୨୧ ମସିହାରେ କଥା ହୋଇଥିଲେ। ସେ କହିଛନ୍ତି ଯେ ଅଫତାବକୁ ଭେଟିବା ପରେ ତାଙ୍କ ଝିଅ ପୂରା ବଦଳି ଯାଇଥିଲେ।

Comments are closed.