ବାଲିଯାତ୍ରାରେ ଅଶ୍ଳୀଳ ଗୀତ ଗାଇଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଟିମ୍

କଟକ: ସପ୍ତମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୋରେ କମ୍ପିଲା କଟକର ବାଲିଯାତ୍ରା। ପ୍ରଥମେ ସେ ମୋ ମା… ଗୀତରୁ ଆରମ୍ଭ କରିଥିଲେ ସୋମବାର ସଂଧ୍ୟାର ଏହି ସୋ। ପରେ ନିଶ୍ୱାସ ତୋ ବିନା ମୋର ଚାଲେନା, ତତେ ଗାଇଦେଲେ ତୁ ଗୀତା ହେଇଯାଉ, ହାଏରେ ଶର୍ମିଲି, ତୋର ସବୁ ନଜର ଲାଗେ ପ୍ରେମ ନଜର, ଜାନୁ ତମେ ଚମକୁଚ ଭଳି ଗୀତ ଗାଇ ଦର୍ଶକଙ୍କୁ ବିମୋହିତ କରିଥିଲେ।

ହେଲେ କିଛି ସମୟ ପାଇଁ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଟିମର ଅନ୍ୟ କଳାକାରମାନେ ଅଶ୍ଳୀଳ ଗୀତ ଗାଇବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଗଣକବି ବୈଷ୍ଣବ ପାଣି ମଞ୍ଚରେ ଅଶ୍ଳୀଳ ଗୀତ ମଞ୍ଚରେ ଶୋଭା ପାଉନଥିବାରୁ କିଛି ଦର୍ଶକ ସ୍ଥାନ ମଧ୍ୟ ଛାଡ଼ି ଚାଲିଯାଇଥିଲେ।

Comments are closed.