ତୃତୀୟ ଦିନରେ ବି ଖଗେଶ୍ୱରକୁ ମାରାଥନ ଜେରା: ମୋବାଇଲ ଫୋନର ଯାଞ୍ଚ କରୁଛନ୍ତି ସାଇବର ବିଶେଷଜ୍ଞ

ଭୁବନେଶ୍ବର: ଆଜି ତୃତୀୟ ଦିନରେ ଖଗେଶ୍ୱରକୁ କରୁଛି ମାରାଥନ ଜେରା ଜାରି ରଖିଛି ଇଡି। ଖଗେଶ୍ୱରଙ୍କ ଲକ୍ ଥିବା ଦୁଇ ମୋବାଇଲକୁ ପାସୱାର୍ଡ ଦେଇ ଖୋଲାଯାଇଛି। ରାଜ୍ୟ ବାହାରର ସାଇବର ଫରେନସିକ ବିଶେଷଜ୍ଞ ଏହି ମୋବାଇଲ ଫୋନର ଯାଞ୍ଚ କରୁଛନ୍ତି। ଖଗେଶ୍ୱରଙ୍କ ଚାଟିଙ୍ଗ ଡିଲିଟ ହୋଇଛି. ମୋବାଇଲରେ ଥିବା ଫଟୋ ଓ ଭିଡିଓ ଡିଲିଟ ହୋଇଥିବା ଜଣାଯାଇଛି।

ଡାଟା ଏକ୍ଟ୍ରାକ୍ସନ ପାଇଁ ୫ ଜଣଙ୍କୁ ନୋଟିସ କରିଛି ଇଡି। ଅର୍ଚ୍ଚନା ନାଗଙ୍କ ବାପା, ତାଙ୍କ ମାଆ, ଜଗବନ୍ଧୁଙ୍କ ଭାଇଙ୍କୁ ଏଥିଲାଗି ନୋଟିସ୍ କରାଯାଇଛି। ଆଜି ଅର୍ଚ୍ଚନାର ବାପାଙ୍କ ମୋବାଇଲ ଫୋନ ଏକ୍ସଟ୍ରାସନ ଥିବାରୁ ସେ ହାଜର ହୋଇଛନ୍ତି। ସେ ସବୁକୁ ଯାଞ୍ଚ କରୁଛି ବିଶେଷଜ୍ଞ ଟିମ। ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ। ସେହିଭଳି ଜଗବନ୍ଧୁର ବାପା ଓ ମାଆକୁ ଡାକି ତାଙ୍କ ମୋବାଇଲ ଯାଞ୍ଚ କରିବ। ସିଜ୍ ହୋଇଥିବା ମୋବାଇଲ ଫୋନ, ଉକ୍ତ ବ୍ୟକ୍ତିଙ୍କ ସମ୍ମୁଖରେ ଖୋଲାଯିବ ଏବଂ ସାଇବର ଏକ୍ସପର୍ଟମାନେ ଦେଖି ସାରିବା ପରେ ତାକୁ ପୁଣିଥରେ ସିଲ କରି ଦିଆଯିବI। ଅର୍ଚ୍ଚନା ନାଗଙ୍କ ବାପା, ତାଙ୍କ ମାଆ, ଜଗବନ୍ଧୁଙ୍କ ଭାଇ ଏବଂ ଖଗେଶ୍ୱରର ଦୁଇଟି ମୋବାଇଲ ସିଜ୍ କରିଛି ଇଡି।

Comments are closed.