ବ୍ୟାସକବିଙ୍କ ପାନ

ଅର୍ଜୁନୀ ଚରଣ ବେହେରା

ଭୂୟାଁ ନେତା ଧରଣୀଧର ଭୂୟାଁଙ୍କ ନେତୃତ୍ୱରେ 1891 ମସିହାରେ କେନ୍ଦୁଝର ଗଡ଼ଜାତର ରାଜା ଶ୍ରୀ ଧନୁର୍ଜୟ ନାରାୟଣଭଞ୍ଜଙ୍କ ବିରୁଦ୍ଧରେ ପ୍ରବଳ ବିଦ୍ରୋହର ସୂତ୍ରପାତହୋଇଥିଲା l ସେତେବେଳେ କେନ୍ଦୁଝରର ଦେବାନ ଥାଆନ୍ତି ଫକୀରମୋହନ l ବିଦ୍ରୋହୀ ମାନେ ଦେବାନ ଫକୀର ମୋହନଙ୍କୁ ନଜର ବନ୍ଦୀ ଭିତରେ ରଖି ଥାନ୍ତି l ଏ ପଟେ ରାଜ ନଅରକୁ ମଧ୍ୟ ଅବରୋଧ କରିରଖିଥାନ୍ତି l ଫକୀର ମୋହନ ଚତୁରତା କରି ସାଂକେତିକ ଭାବେ ଚିଠି ଖଣ୍ଡେ ଲେଖି ସରକାରଙ୍କ ଠାରୁ ପୋଲିସ ଫଉଜ ମଗାଇ ଭୂୟାଁମାନଙ୍କ କବଳରୁ ରାଜାଙ୍କୁ ରକ୍ଷାକରି ଥିଲେ l ଏହାର ପୁର୍ଣ୍ଣ ବିବରଣୀ ଫକୀର ମୋହନ ତାଙ୍କ ଆତ୍ମ ଜୀବନୀରେ ନିମ୍ନ ପ୍ରକାରେ ଲିପିବଦ୍ଧ କରିଛନ୍ତି l
କେଉଁଝର ଗଡ଼ ରକ୍ଷା ନିମନ୍ତେ ସୈନ୍ୟ ଆସିବାର କଥା l ଗଵର୍ଣମେଣ୍ଟରୁ ହୁକୁମ ହୋଇ ଯାଇଅଛି l ଏପଯ୍ୟନ୍ତ ଆସିଲେ ନାହିଁ, କେତେଦିନ ଭୂୟାଁଙ୍କୁ ଅଟକାଇ ରଖିବି ? ଦିନେ ଯଦି ଏ ଗୁଡାକ ଗଡ଼ ଭିତରେ ପଶିଯିବେ,ତେବେ ରାଜ ବଂଶର ସମସ୍ତ ସମ୍ପତ୍ତି ଓ ସମସ୍ତ ସଂଭ୍ରମ ଏକା ବେଳକେ ନଷ୍ଟ ହୋଇ ଯିବ l ମହାରାଜାଙ୍କୁ ମଧ୍ୟ ସ୍ଥାନର ଅବସ୍ଥା ଖବର ଦେବାକୁ ପଡ଼ିବ l ମହାରାଜା କେଉଁଠାରେ କିପରି ଜାଣିବି,କିପରି ଖବର ଦେବି ? ଗୋଟାଏ ବୁଦ୍ଧି ଦିଶିଗଲା l ବାଲେଶ୍ୱରନିବାସୀ ବାବୁ ଭୋଳା ନାଥ ଦେ ଆନନ୍ଦପୁରର ଅଫିସରେ ସର୍ଭେୟର l ତାଙ୍କୁ ଖବର ଦେଲେ, ମହାରାଜା ଯେଉଁ ଠାରେ ଥାଆନ୍ତୁ,ସେ ମହାରାଜାଙ୍କୁ ସମ୍ବାଦ ଦେଇଦେବେ l ମୁଁ ପୂର୍ବେ ଲେଖିଅଛି,ଧରଣୀ ପାନଖାଇବାକୁ ବଡ଼ ଭଲ ପାଏ l ସର୍ବଦା ଆସି ମୋ ବସାରେ ପାନ ଖାଏ l ମୁଁ ଯାଇ ତାକୁ ଜଣାଇଲି, ଆଜ୍ଞା,ଯେତେ ପାନ ଆଣିଥିଲି ସବୁ ସରି ଗଲାଣି l ଏ ସ୍ଥାନରେ ତ ପାନ ମିଳିବ ନାହିଁ l ଭଦରଖରେ ମୋ ଚାଷ ଘର ଖମାରିଆ ଭୋଳା ନାଥକୁ ଚିଠି ଲେଖିଲେ ସେ ଖୁବ ଶୀଘ୍ର ପାନ ଗୁଆ ପଠାଇ ଦେବ l ଆଜ୍ଞା ହେଲେ ତାକୁ ଚିଠି ଲେଖିବି l ଆଜ୍ଞା ହେଲା,ଶୀଘ୍ର ଲେଖ,ଏହିଲାଗ ଲେଖ l ଚିଠିରେ ପାନ କଥାଟି ଲେଖି ସାରି ଜଣାଇଲି, ଆଜ୍ଞା ଭଦରଖରେ ମୁଁ ଖଣ୍ଡେ ଆଖୁଚାଷ କରିଥିଲି l ମୁଁ ତ ଚାଲି ଆସିଲି ପାଣି ନପାଇ ଆଖୁଗୁଡାକ ମରି ଯାଉଥିବ l ଆଜ୍ଞା ହେଲେ ସେଥିରେ ପାଣି ଦେବା ସକାଶେ ମୁଁ ଖମାରିଆକୁ ଚିଠି ଲେଖିବି l ଆଜ୍ଞା ହେଲା, ହଁ ଲେଖ, ହଁ ଲେଖ l ଯେଉଁ ଚିଠି ମୁଁ ଲେଖିଥିଲି ସେଥିର ଅବିକଳ ନକଲ :-
ମଇ ମାସ 16 ତାରିଖ, ସ୍ନ 1891
ମୁକାମ – ରାଇସୁଆଁ
” ଭୋଳାନାଥ ଖମାରିଆ ଜାଣିବୁ l ମହାରାଣୀ ପୁତ୍ରଙ୍କ ସକାଶେ ନିତାନ୍ତ ଦରକାର ଅତିଶୀଘ୍ର ଶହେହେଲେ ମଧ୍ୟ ପାନ,ଦୁଇଶ ଗୁଆ ପଠାଇବୁ l ପଶ୍ଚିମ ପଟରୁ ମାହାରା କରି ଆଖୁ ବାଡ଼ିକୁ ଶୀଘ୍ର ପାଣି ବୁହାଇବୁ, ନୋହିଲେ ଆଖୁବାଡ଼ି ବିନାଶ ଯିବ ବୋଲି ଜାଣିବୁ l ଇତି l
ଫକୀର ମୋହନ ସେନାପତି
ମହାରାଣୀ ପୁତ୍ରଙ୍କ ଠାରେ ଚିଠିଟି ପଢା ଗଲା l ଛାଡ଼ ପତ୍ରରେ ମହାରାଣୀ ପୁତ୍ର ଦସ୍ତଖତ କଲେ l କେଉଁଝର ନିଜଗଡ଼ ଠାରେ ଦାଣ୍ଡରେ ତିନି ଚାରି ଯାଗା ଘାଟି ବସି ଅଛି l ମହାରାଣୀ ପୁତ୍ରଙ୍କ ଦସ୍ତ ଖତ ଛାଡ଼ପତ୍ର ନନେଲେ କେହି ଲୋକ ଯା ଆସ କରି ପାରିବ ନାହିଁ l ଘାଟି ଠାରେ ପୁଣି ବାଟୋଇ ମାନଙ୍କ ଲୁଗାପଟାକୁ ଝାଡ଼ି ତଦାରଖ କରା ଯାଉ ଥିଲା l ଚାରିଜଣ ବଳଵାନ ପାଇକ ହାତରେ ଚିଠି ଦେଲି l ଗୋଟାଏ ଖଣ୍ଡାଏତ ପାଇକ ପଇତାରେ ସୋଡ଼ା ବୋତଲ ତାର,ସାନ ସାନ ତିନି ଖଣ୍ଡ ଗୁଡ଼ାଇ ଦେଲି l ଆନନ୍ଦପୁର ମୁକାମରେ ଭୋଳା ନାଥ ବାବୁଙ୍କ ହାତରେ ଚିଠି ଆଉ ସେ ତାର ତିନି ଖଣ୍ଡ ଦେବା ସକାଶେ ଉପଦେଶ ଦେଲି l ପାଇକ ମାନେ ବନ୍ଦିଥିଲେ,ଘରକୁ ଯିବେ,ଦିନରାତି ନମାନି ଆନନ୍ଦପୁର ମୁହାଁ ଧାଇଁଲେ l ମହାରାଜା ଆନନ୍ଦ ପୁରରେ ଉପସ୍ଥିତଥିଲେ,ପାଇକମାନେ ତାର ତିନି ଖଣ୍ଡ ମହାରାଜାଙ୍କ ହାତରେ ଦେଲେ l ମହାରାଜା ଧନଞ୍ଜୟ ନାରାୟଣ ଭଞ୍ଜ ବଡ଼ ବୁଦ୍ଧିମାନ ଲୋକ, ଚିଠି ପଢ଼ି,ତାର ତିନି ଖଣ୍ଡ ଦେଖି, ସେ ତତ୍କ୍ଷଣାତ ସମସ୍ତଙ୍କ ସାକ୍ଷାତରେ ଅର୍ଥକଲେ,ଏହି ତାର ତିନି ଖଣ୍ଡର ଅର୍ଥ :-
” ଗଵର୍ଣମେଣ୍ଟଙ୍କୁ, କଟକ ସୁପରିନଟେଣ୍ଡେଟ ସାହେବଙ୍କୁ,ଆଉ ଜଣେ କାହାକୁ, ନନ୍ଦ କିଶୋର ବାବୁ କିମ୍ବା ମଧୁ ବାବୁଙ୍କୁ ତାରରେ ଖବର କରିବା ସକାଶେ ମାନେଜର ସଂକେତ କରିଅଛନ୍ତି l ପାନ ଅର୍ଥ ସିପାହୀ, ଗୁଆ ଅର୍ଥ ବନ୍ଧୁକର ଗୁଳି,ଅର୍ଥାତ ବନ୍ଧୁକ ଧାରୀ ସିପାହୀ, ଆଖୁ ବାଡ଼ି ଅର୍ଥ ଗଡ଼ l ସମୁଦାୟ କଥାର ଅର୍ଥ – ‘ ଶହେ ଜଣ ହେଲେ ବନ୍ଧୁକଧାରୀ ସିପାହୀ ପଶ୍ଚିମ ଦିଗରୁ ଯାଇ ନ ପହଞ୍ଚିଲେ ଗଡ଼ ଲୁଟପାଟ ଓ ନଷ୍ଟ ହୋଇଯିବ’l ମାତ୍ର ସିପାହୀ ମାନେ ଉତ୍ତର ଦିଗ ଚାଇଁବସା ବାଟେ ଯିବାରକଥା,ସେ ପଶ୍ଚିମଦିଗ କି ସକାଶେ ଲେଖିଅଛନ୍ତି l
**
ଘଣ୍ଟାକ ଉତ୍ତାରେ ଧରଣୀକୁ ପାଞ୍ଚ ଛ ଜଣ ବନ୍ଧୁକ ଧାରୀ ସିପାହୀ ବେଢ଼ି ଅଛନ୍ତି,ହାତରେ ତରବାରୀ ନାହିଁ,ଘୋଡ଼ା ନାହିଁ l
*
ଧରଣୀ ସହିତ ଆଉ ଚାରିଜଣ ସରଦାର ଧୃତ ହୋଇଥିଲେ l ସେମାନଙ୍କ ପ୍ରତି ଦୁଇ ଗୋଟି ଅଭିଯୋଗ ହେଲା l
ପ୍ରଥମ -ଗଵର୍ଣମେଣ୍ଟଙ୍କ ମିତ୍ରରାଜ୍ୟ ସହିତ ଯୁଦ୍ଧ କରିବାକୁ ଉଦ୍ୟମ l
ଦ୍ୱିତୀୟ – କେଉଁଝର ରାଜ୍ୟର ସର୍ବ ପ୍ରଧାନ କର୍ମଚାରୀଙ୍କୁ ଅନ୍ୟାୟ ପୂର୍ବକ ଅବରୋଧ l
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971

ଏହାକୁ ଆଧାରକରି ମୁଁ ଗୋଟିଏ ଗୀତ ଲେଖିଦେଲି:-
ଭାବରେ ଭଣିଲେ ଏହା
ସଂକ୍ରାନ୍ତି ପୁରୁଷ
———————-
ଭୋଳାନାଥ ଖମାରିଆ ବାରତା ଜାଣିବୁ l
ଆଶାକରେ ବାବୁ ତୁହି ଭଲେ ରହିଥିବୁ ll
ପାନୁଆପାଟି ମୋହର କରେ ଭାରି ଗଲୁ l
ପାନ ପାଇଁ ହାଇଁ ପାଇଁ ମନ କାଲୁବାଲୁ ll
ବାବୁରେ ମୋହର ନିବେଦନକୁ ରଖିବୁ l
ଶହେ ପାନ ଦୁଇ ଶହ ଗୁଆ ପଠାଇବୁ ll
ମାହାରା ଖୋଳି ପଶ୍ଚିମୁ ବୁହାଇବୁ ପାଣି l
ଆଖୁବାଡ଼ି ନାଶନୋହି ଏହା ଥିବୁ ଜାଣି ll
ମହାରାଣୀପୁତ୍ର ପାନ ଖାଇବାରେ ଆଶ l
ଭାବରେ ଭଣିଲେ ଏହା ସଂକ୍ରାନ୍ତିପୁରୁଷ ll
🙏🙏🙏
ଅର୍ଜୁନୀ ଚରଣ ବେହେରା

Comments are closed.