ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରସଙ୍ଗ ୫୨ ନେତାଙ୍କୁ ବୁଲେଟ ପ୍ରୁଫ୍‌ ଜ୍ୟାକେଟ

ଲକ୍ଷ୍ନୌ: ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ସୁରକ୍ଷା ପଦକ୍ଷେପ ସ୍ବରୂପ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବିଏସପି ମୁଖ୍ୟ ମାୟାବତୀଙ୍କ ସମେତ ୫୨ ଜଣ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଯୋଗାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ସରକାରଙ୍କ ୧୧ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି। ବିଜେପି ନେତା ଅପର୍ଣ୍ଣା ଯାଦବ ମଧ୍ୟ ଏହି ତାଲିକାରେ ଅଛନ୍ତି। ପ୍ରତ୍ୟେକ ବୁଲେଟପ୍ରୁଫ୍ ଜ୍ୟାକେଟ୍‌ର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ୮ ଜଣ ନେତାଙ୍କୁ ଜ୍ୟାକେଟ୍ ମିଳିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୪୪ ଜଣଙ୍କୁ ଯୋଗାଇ ଦିଆଯାଇଥିଲା। ସ୍ୱତନ୍ତ୍ର ଦେବ ସିଂହ, ଜୟବୀର ସିଂହ ଓ ମହେନ୍ଦ୍ର ସିଂହଙ୍କ ସମେତ ଅନ୍ୟ କେତେକ ବିଜେପି ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଛି। ଏହା ସହିତ ଉତ୍ତର ପ୍ରଦେଶର ୯୮ ଜଣ ନେତା ଓ ପ୍ରମୁଖ ବ୍ୟକ୍ତିଙ୍କୁ ବିଭିନ୍ନ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ।

Comments are closed.