ମାଷ୍ଟର କ୍ୟାଣ୍ଟିନସ୍ଥିତ ବେଆଇନ୍ ଅଟୋ ଷ୍ଟାଣ୍ଡରେ ଚାଲିଲା ବୁଲଡୋଜର୍

0

ଭୁବନେଶ୍ୱର: ଡ୍ରାଇଭରଙ୍କ ଲଙ୍କାକାଣ୍ଡ ପରେ ଆକ୍ସନ ମୋଡ୍ ରେ ପୋଲିସ୍। ସାବାଡ୍ ହେବେ  ହିଂସାକାଣ୍ଡ ଭିଆଇଥିବା ଅନଲାଇନ୍ ଅଟୋଚାଳକ। ଗତକାଲିର ଅଭାବନୀୟ ଘଟଣା ପରେ ଆଜି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଅନଲାଇନ୍ ଅଟୋ ଷ୍ଟାଣ୍ଡରେ ବୁଲିଛି ବୁଲ୍ ଡୋଜର୍। ଏଣ୍ଟ୍ରି ପଏଣ୍ଟକୁ ଖୋଳି ଦେଇଛି ପୋଲିସ୍ ,

ଖାଲି ପୋଲିସ୍ ନୁହେଁ RTO ମଧ୍ୟ ଆକ୍ସନ ମୋଡ୍ କୁ ଆସି ଗାଡ଼ିଗୁଡ଼ିକର ପରମିଟ୍ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଜବତ ଗାଡ଼ି ମାଲିକ ଓ ପରମିଟଧାରୀଙ୍କୁ ଜାରି ହୋଇଛି ସୋକଜ୍ ନୋଟିସ୍। ଘଟଣା ଦିନ ଗାଡ଼ିରେ କିଏ ଥିଲେ, ମାଲିକଙ୍କ ନିର୍ଦ୍ଦେଶରେ ବ୍ୟବହାର ହୋଇଥିଲା ନା ନାହିଁ ସେ ସମ୍ପର୍କରେ ଆରଟିଓରେ ହାଜର ହୋଇ ଜବାବ ରଖିବାକୁ ନିର୍ଦ୍ଦେଶ ହୋଇଛି। ଏହିଭିତରେ ପୋଲିସ୍ ୩୫୪ଟି ଅଟୋ ଜବତ କରିଥିବା ବେଳେ ୧୧୩ ଜଣ ଅଟୋ ଚାଳକ ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ ଭଲ ବ୍ୟବହାର ପାଇଁ ୬୦ ଜଣଙ୍କୁ ବେଲ୍ ବଣ୍ଡରେ ପୋଲିସ୍ ଛାଡ଼ିଦେଇଛି। କିନ୍ତୁ ଆନ୍ଦୋଳନର ମାଷ୍ଟର ମାଇଣ୍ଡ୍ ତଥା ସ୍ମାର୍ଟସିଟି ଅନଲାଲନ ଅଟୋ ଓ ଟ୍ୟାକ୍ସି ସଂଘର ଅଧ୍ୟକ୍ଷ ଦୀନବନ୍ଧୁ ନାୟକ ଏଯାଏ ଫେରାର୍।

ପରିବହନ ବିଭାଗର ଅତିରିକ୍ତ କମିଶନର କହିଛନ୍ତି ଡିଜିଟାଲ୍ ପ୍ଳାଟଫର୍ମ ମାଧ୍ୟମରେ ଯାତ୍ରୀ ନେବା ଆଣିବା ପାଇଁ ଏଗ୍ରିଗେଟର୍ ପଲିସି ରହିଛି। ଧାର୍ଯ୍ୟ ଦରଠାରୁ କେହି ଅଧିକ ଭଡ଼ା ନେଇପାରିବେ ନାହିଁ। ତେବେ ଭଡ଼ା ବୃଦ୍ଧି ସଂପର୍କରେ ଆଲୋଚନା ପାଇଁ ଟେକ୍ନିକାଲ ଟିମ୍ ପାଖରେ ଏକ ପ୍ରସ୍ତାବ ରହିଛି। ଅନ୍ୟପଟେ ଏଗ୍ରିଗେଟର ପଲିସି ବାବଦରେ ଆଲୋଚନା ପାଇଁ ଆସନ୍ତା ସୋମବାରକୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ତାପୂର୍ବରୁ ଅନଲାଇନ୍ ଅଟୋ ଚାଳକମାନେ ଆଇନକୁ ହାତକୁ ନେଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଅପରପକ୍ଷେ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଅଟୋ ଚାଳକ ଭରଣା କରିବେ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

ସେପଟେ ଗତକାଲିର ହିଂସାକାଣ୍ଡକୁ ନେଇ ଏକାଧିକ ପ୍ରଶ୍ନ ଉଠିଛି। ଆଇନ୍ କୁ ହାତକୁ ନେବାକୁ ଅନଲାଇନ୍ ଅଟୋ ଓ ଟାକ୍ସି ସଂଘ ବଳ ପାଇଲା କେଉଁଠୁ ? କିଏ ସେହି ଶକ୍ତି କେନ୍ଦ୍ର ଯାହା ଇସାରାରେ ଲଙ୍କାକାଣ୍ଡ ଘଟିଲା ?  ହିସାଂକାଣ୍ଡ ପଛରେ ରାଜନୈତିକ ଅଭିସନ୍ଧି ନାହିଁ ତ? ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ବଡ଼ ବୟାନ ଦେଇ କହିଛନ୍ତି, କ୍ୟାବ ଡ୍ରାଇଭରଙ୍କ ହିଂସାକାଣ୍ଡ ପଛରେ ବିଜେଡ଼ି। ସରକାରଙ୍କୁ ବଦନାମ କରିବାକୁ ଆନ୍ଦୋଳନ ପଛରେ ବିଜେଡି ଓ ବିିରୋଧୀ ଶକ୍ତି ବି କାମ କରୁଛି। ଜବାବରେ ବିଜେଡ଼ି କହିଛି ଚାଲି ନଜାଣି ବାଟର ଦୋଷ। ସରକାରଙ୍କ ଗୁଇନ୍ଦା ଫେଲ୍  ମାରିଲା କେମିତି ?

ରାଜ୍ୟରେ ଚାଲୁଥିବା ୨୫ହଜର ଅଟୋ ମଧ୍ୟରୁ ୧୦ହଜାର ଅନଲାଇନ୍ ଏଗ୍ରିଗେଟର ପଲିସିରେ ଚଳାଚଳ କରେ। ବାକି ୧୫ ହଜାର ଅଟୋ ଅଫଲାଇନ୍ ମୋଡରେ ଚାଲୁଛି। ୧୦ ହଜାର ଟାକ୍ସି ପଞ୍ଜୀକୃତ ହୋଇଛି। ସେହିଭଳି ପରିବହନ ବିଭାଗର ଅନୁମତିରେ 600 ବାଇକ୍ ଅନଲାଇନ ପ୍ଲାଟଫର୍ମରେ ଚାଲୁଛି।

 

Leave A Reply

Your email address will not be published.