ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର : ଗତ ଦୁଇ ଦିନ ଧରି ନିଖୋଜ ଥିବା ଶ୍ରୀନିବାସ ଦଳେଇ ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଶବକୁ ଟାଉନ ଥାନା ଅର୍ନ୍ତଗତ ବିଜିପୁର ବନ୍ଧରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତି ଜଣକ ଗତ ଶନିବାର ସନ୍ଧ୍ୟା ଭ୍ରମଣରେ ଯାଇ ଘରକୁ ନ ଫେରିବାରୁ ଟାଉନ ଥାନା ରେ ଏକ ନିଖୋଜ ମାମଲା ଦାଏର ହୋଇଥିଲା। କିନ୍ତୁ ଗତକାଲି କିଛି ବନ୍ଧକୁ ଗାଧୋଇବା ପାଇଁ ଯାଇ ଦେଖିଲେ କୌଣସି ଏକ ପୁରୁଷ ଲୋକଙ୍କ ଶବ ଭାସୁଛି ଓ ସାନ ଭାଇ ପିତବାସ ଦଳେଇ ଶବ ଚିହ୍ନଟ କରିବା ପରେ ଅଗ୍ନିଶମ ବିଭାଗ ଓ ପୋଲିସ୍ କର୍ମଚାରୀ ବନ୍ଧ ନିକଟରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Comments are closed.