ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କର ନିଧନ

ଲଣ୍ଡନ- ବ୍ରିଟେନର ମହାରାଣୀ  ଏଲିଜାବେଥ୍‌ ଦ୍ୱିତୀୟଙ୍କର ନିଧନ । ୯୬ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା । ସେ ଅନ୍ତିମ ସମୟରେ ଷ୍ଟକଲ୍ୟାଣ୍ଡର ବାଲମୋରାଲ୍‌ କାଷ୍ଟେଲରେ ରହିଥିଲେ । ରାଜପରିବାର ପକ୍ଷରୁ ଏବିଷୟରେ ସୂଚନା ଦିଆଯାଇଛି ।

୧୯୨୬ ମସିହାରେ ତାଙ୍କର ଜନ୍ମ ହୋଇଥିଲା । ମହାରାଣୀଙ୍କ ମୃତ୍ୟୁପରେ ତାଙ୍କ ପୁଅ ୭୩ ବର୍ଷ ଚାର୍ଲସ ମହାରାଜା ହେବେ । ଗୁରୁବାରରେ ଏଲିଜାବେଥଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ସୂଚନା ମିଳିଥିଲା । ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିଲେ । ଗ୍ରୀଷ୍ମ ଅବକାଶରେ ଏଲିଜାବେଥ୍‌ ବାଲମୋରାଲ୍‌ କାଷ୍ଟେଲ ଆସିଥିଲେ। ବୟସ ଯୋଗୁଁ ତାଙ୍କର ଚଳପ୍ରଚଳରେ ସମସ୍ୟା ଦେଖା ଦେଇଥିଲା । ଚଳିତ ବର୍ଷ ଫେବ୍ରୁଆରୀରେ କରୋନା ଆକ୍ରାନ୍ତ ହେବା ପରେ ଭଲ ହୋଇଥିଲେ ।

ବ୍ରିଟେନର ମହାରାଣୀଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି ।

Comments are closed.