ଚାଉଳ ରପ୍ତାନି ଉପରେ ୨୦% ଟିକସ

ନୂଆଦିଲ୍ଲୀ: ଗହମ, ଅଟା, ସୁଜି ଓ ମଇଦା ଆଦିର ରପ୍ତାନିକୁ ନିଷିଦ୍ଧ କରିବା ପରେ କେନ୍ଦ୍ର ସରକାର ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ଟିକସ ଲଗାଇଛନ୍ତି। ଚାଉଳ ରପ୍ତାନିକୁ ନିରୁତ୍ସାହିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଉସୁନା ଓ ବାସମତି ଚାଉଳ ରପ୍ତାନି ପାଇଁ ଏହି କଟକଣା ଲାଗୁ ହେବନାହିଁ। ସେପ୍ଟେମ୍ବର ୯ଠାରୁ ଏହି ଟିକସ ଲାଗୁ କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ଲାଗି ଆବଶ୍ୟକ ପରିମାଣର ଚାଉଳ ମହଜୁଦ ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରଠାରୁ ଖାଦ୍ୟଶସ୍ୟ ମହଙ୍ଗା ରହିଛି।

Comments are closed.