ବ୍ରାହ୍ମଣୀ କଲେଜ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ

0

ପଟ୍ଟାମୁଣ୍ଡାଇ୨୬/୯ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ କଲେଜ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ କଲେଜ ଅଧକ୍ଷ ପ୍ରଫେସର ଡ଼ ଗୌରୀ କୁମାର ସାମଲ ଉଦଘାଟନ କରିଥିଲେ I କଲେଜ ଜାତୀୟ ସେବା ଯୋଜନା ମୁଖ୍ୟ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ସୁଧାଂଶୁ ସାମଲ, ଅଧ୍ୟାପକ ସତ୍ୟଜିତ ବେହେରା ଅଧ୍ୟାପକ ଡ଼ ମନୋରଞ୍ଜନ ସାହୁ ଅଧ୍ୟାପକ ଗୌତମ ବେହେରା ଅଧ୍ୟାପିକା ସୋନାଲି ଚୌଧୁରୀ ପ୍ରମୁଖ ଯୋଗ ଦେଇ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଆଭିମୁଖ୍ୟ ଏବଂ ପ୍ରତିଷ୍ଠା ଦିବସ ମହତ୍ୱ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ I ଶେଷରେ ଅଧ୍ୟାପକ ସତ୍ୟଜିତ ବେହେରା ଧନ୍ୟବାଦ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ଦୈତାରୀ ନାୟକ ଓ କାଳନ୍ଦୀ ମଲିକ ପରିଚାଳନା କରିଥିଲେ I

Leave A Reply

Your email address will not be published.