ରାଧାରମଣ ମଠରେ ଠାକୁର ହରିଦାସଙ୍କ ନିର୍ଯ୍ୟାଣ ମହୋତ୍ସବ
ପଟ୍ଟାମୁଣ୍ଡାଇ – କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ଠାରେ ଠାକୁର ଶ୍ରୀଶ୍ରୀ ହରି ଦାସଙ୍କ ନିର୍ଯ୍ୟାଣ ମହୋତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ, ପ୍ରଭୁ ଶ୍ରୀ ଜଗନ୍ନାଥ,ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା, ପ୍ରଭୁ ଗୋପେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଜୀଉଙ୍କ ପୂଜାର୍ଚନା କରାଯାଇଥିଲା I ଏଇ ଅବସରରେ ୭ଦଳ ସଂକୀର୍ତନ ମଣ୍ଡଳୀ ନାମସଂକୀର୍ତନ, ଭଜନ ଜଣାଣ ପରିବେଷଣ କରିଥିଲେ I ଶହ ଶହ ଶ୍ରଦ୍ଧାକୁ ଭକ୍ତ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ I ଏହି ଉପଲକ୍ଷେ ସ୍ୱାମୀ ଅସୀମାନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, ବାବାଜୀ ରାଘବାନନ୍ଦ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କୀର୍ତନ ମଣ୍ଡଳୀ ସଦସ୍ୟ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ମହନ୍ତ ପବିତ୍ର ମୋହନ ଦାସ ବାବା ମାଧବାନନ୍ଦ ଦାସ ବାବା ସୁଖରାମ ଦାସ ବାବାଜୀ ଗୌରାଙ୍ଗ ଦାସ ବାବାଜୀ ଅଜୟ ଦାସ ଓକିଲ ସଂଘ ପ୍ରାକ୍ତନ ସଭାପତି ତପନ ମିଶ୍ର ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର ଦାଶ ଯୁଗ୍ମ ସମ୍ପାଦକ ସତ୍ୟ ନାରାୟଣ ନାୟକ ସହିରା ସରପଞ୍ଚ ହେମନ୍ତ ମହାନ୍ତି ବିଶ୍ୱହିନ୍ଦୁ ପରିଷଦ ସଭାପତି ଦେବାଶିଷ ପଣ୍ଡା ପଣ୍ଡିତ ବିଶ୍ୱଜିତ ରଥ ସରସ୍ବତୀ ଶିଶୁ ମନ୍ଦିର ପ୍ରଧାନଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶ ସତ୍ୟବାଦୀ ପ୍ରଧାନ, ଲଷ୍ମୀପ୍ରିୟା ପାଢ଼ୀ ରାଜୀବ ରତନ ମିଶ୍ର ରାଧା ରମଣ ଦାଶ ରମେଶ ଦାସ ପ୍ରଭାକର ସାହୁ ଶିବ ପ୍ରସାଦ ଦାସ ପ୍ରମୁଖ ବହୁ ସାଧୁ ସନ୍ଥ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I ଶେଷରେ ସମସ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ନିରାକାର ପଣ୍ଡା, ଅମ୍ବୁଜଭୂଷଣ ନାୟକ, ମୃତ୍ୟୁଞ୍ଜୟ ସୂତାର, ରାଧାରମଣ ପ୍ରସାଦ ନାୟକ ପ୍ରମୁଖ ପରିଚାଳନା କରିଥିଲେ I