ବାଲେଶ୍ୱର, ନଭେମ୍ବର ୧୨, (କୃଷ୍ଣ କୁମାର ମହାନ୍ତି): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ଉତ୍ତର ଓଡ଼ିଶା ଜୋନ୍ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବାଲେଶ୍ୱର ସହରସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱରର ଭାରତ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ବିଆଇଏମ୍ଟି) ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ସେ କହିଥିଲେ ଯେ, ବୈଷୟିକ ଶିକ୍ଷା ସହିତ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଅତ୍ୟନ୍ତ ଜରୁରୀ। ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ପ୍ରତିଯୋଗିତା ଓ ଶୃଙ୍ଖଳା ବୃଦ୍ଧିରେ ସହାୟକ ହେବ।
ଉଦ୍ଘାଟନୀ ସମାରୋହରେ ବାଲେଶ୍ୱର ପ୍ରେସ୍ କ୍ଲବ୍ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ବାଲେଶ୍ୱର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ସଭାପତି ସୂର୍ଯ୍ୟକାନ୍ତ କର, ଯୁବ ସଂଗଠକ ଭାଗବତ ସାହୁ, ଜିତେନ୍ଦ୍ର କୁମାର ଦାସ, ବିଶ୍ୱଜିତ ପରମାଣିକ, ବିକାଶ ପାଢ଼ୀ ଓ ସିମନ୍ ଦାସ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ବିଆଇଏମ୍ଟିର ପ୍ରିନ୍ସିପାଲ୍ ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ କଲେଜର ଡକ୍ଟର ନିହାରିକା ମହାନ୍ତି, ଡକ୍ଟର ଆକାଶ ମୋଦି, ଡକ୍ଟର ମନୋଜ କୁମାର ଜେନା, ସୋନାଲ ମୋଦି, ଇତିଶ୍ରୀ ଜେନା ଓ ଶିଶିର ଚରଣ ଜେନା ଉପସ୍ଥିତ ଥିଲେ। ଏଥିସହ ମଡର୍ଣ୍ଣ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ କଲେଜର ଅଧ୍ୟାପିକା ସମାପିକା ପ୍ରଧାନ, ସତ୍ୟସାଇ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ପ୍ରଭାସ କୁମାର ସ୍ୱାଇଁ, ଉପାଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ମହାନ୍ତି ଓ କ୍ରୀଡ଼ା ଅଧିକାରୀ ଆଦିତ୍ୟ ଦଣ୍ଡପାଟ, ଶ୍ରୀନିକ୍ସ ଇଞ୍ଜିନିୟରିଂ କଲେଜର କ୍ରୀଡ଼ା ଅଧିକାରୀ ମିହିର ରଞ୍ଜନ ବେହେରା ଓ ମନୋଜ କୁମାର ପ୍ରଧାନ, ମୟୂରଭଞ୍ଜ ସ୍କୁଲ ଅଫ୍ ଇଞ୍ଜିନିୟରିଂର ଅଧ୍ୟାପକ ଭାଗିରଥୀ ଗିରି ଏବଂ ସୀମାନ୍ତ କଲେଜର ଅଧ୍ୟାପକ ହୀରାଲାଲ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।
ଏହି ପ୍ରତିଯୋଗିତାରେ ଉତ୍ତର ଓଡ଼ିଶାର ବିଭିନ୍ନ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ କଲେଜର ଖେଳାଳିମାନେ ଅଂଶଗ୍ରହଣ କରିଥିଲେ। ମୟୂରଭଞ୍ଜର ସୀମାନ୍ତ ଇଞ୍ଜିନିୟରିଂ କଲେଜ ଓ ମୟୂରଭଞ୍ଜ ସ୍କୁଲ ଅଫ୍ ଇଞ୍ଜିନିୟରିଂ, କେନ୍ଦୁଝରର ସରକାରୀ ଇଞ୍ଜିନିୟରିଂ କଲେଜ, ବରପଦାର ଭଦ୍ରକ ଇଞ୍ଜିନିୟରିଂ କଲେଜ ଏବଂ ବାଲେଶ୍ୱରର ମେମ୍ସ, ଶ୍ରୀନିକ୍ସ, ସତ୍ୟସାଇ, ଝାଡ଼େଶ୍ୱର, ବିସିଇଟି ଓ ବିଟ୍ସ ଆଦି ଇଞ୍ଜିନିୟରିଂ କଲେଜ ସମେତ ଏବିଏ ଓ ଭାରତ ଇନଷ୍ଟିଚ୍ୟୁଟ୍ ଭଳି ମ୍ୟାନେଜମେଣ୍ଟ କଲେଜର ଶ୍ରେଷ୍ଠ ଦୁଇଜଣ ଖେଳାଳି ଏଥିରେ ଭାଗ ନେଇଥିଲେ।
ବାଲେଶ୍ୱର ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍ର ଚିନ୍ମୟ ପଣ୍ଡା, ଶୁଭ୍ରାଂଶୁ ଚୌଧୁରୀ, ପିନାକୀ ବେହେରା ଓ ୱାଲତ କାଦ୍ରୀ ପ୍ରମୁଖ ଆମ୍ପାୟାର ଭାବେ ମ୍ୟାଚ୍ଗୁଡ଼ିକ ପରିଚାଳନା କରିଥିଲେ। ଏହି ଜୋନ୍ସ୍ତରୀୟ ପ୍ରତିଯୋଗିତାରୁ ମନୋନୀତ ଶ୍ରେଷ୍ଠ ଖେଳାଳିମାନେ ଆଗାମୀ ବିପିୟୁଟି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି।
ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ ଡକ୍ଟର ପ୍ରଦୀପ କୁମାର ଗିରି, ଶୁଭଲକ୍ଷ୍ମୀ ସାହୁ, ସୌଗୁପ୍ତା କାଦ୍ରି, ଆଶାପର୍ଣ୍ଣା ପୃଷ୍ଟି, ଦେବବ୍ରତ ସାହୁ, ରୂପାଲି ମିଶ୍ର, ସୁଶ୍ରୀ ସଙ୍ଗୀତା କର, ଦିଲ୍ଲୀପ କୁମାର ଦାସ, ହରେକୃଷ୍ଣ ବିନ୍ଧାଣୀ, ବିଶ୍ୱରଞ୍ଜନ ମହନ୍ତ, ମକରା ଟୁଡୁଙ୍କ ସମେତ ବିଆଇଏମ୍ଟିର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ଟ୍ରଷ୍ଟି ଅସିତ୍ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।