ନୂଆଗଡ଼ରେ “ବିକାଶର ଧାରା ଓଡିଶା ସାରା” ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ସମ୍ମିଳନୀ ।

0

ନୂଆଗଡ଼;୨୨/୬( ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି ପରିସର ଠାରେ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡିଶା ସାରା ପୂର୍ତ୍ତି ଅବସରରେ କୃଷକ ସମ୍ବାଦ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ଲୋକନାଥ ଶବର, ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ସନମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର କୁମାର ଦାସ, ଉପାଧ୍ୟକ୍ଷ ନିହିମିୟା ରଇତ ସମେତ ଆତ୍ମା ଅନୁଷ୍ଠାନର ବ୍ଲକ ଅଧ୍ୟକ୍ଷ ଦାଉଦ ରଇତ, ବ୍ଲକ କୃଷି ଅଧିକାରୀ ଭେବେନ୍ଦ୍ର ମୁର୍ମୁ, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ମହେନ୍ଦ୍ର ପ୍ରସାଦ ଦାସ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ତପସ୍ୱିନୀ ନାୟକ,ସହକାରୀ ମତ୍ସ୍ୟ ଅଧିକାରୀ ମୃତୁଞ୍ଜୟ ସାବତ ମଞ୍ଚାସିନ ହୋଇଥିଲା ବେଳେ ବ୍ଲକର ବିଭିନ୍ନ ପ୍ରକାର ଚାଷୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ ମତ୍ସ୍ୟ ବିଭାଗରେ ସରକାରଙ୍କ ବିଭିନ୍ନ ଜଯୋଜନା କଣ ସବୁ ରହିଛି। ଯୋଜନା ମାଧ୍ୟ୍ୟମରେ ଲୋକେ ବିଭିନ୍ନ ଚାଷକୁ ଆପଣାଇ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ବିଭାଗୀୟ ଅଧିକାରୀ ଲୋକଙ୍କୁ ସଚେତନ କରାଇ ଥିଲେ। ବ୍ଲକର ବିଭିନ୍ନ ଉତ୍ତମ ବା ପ୍ରଗତିଶୀଳ ଚାଷୀଙ୍କୁ ମନନୀତ କରି ଏଠାରେ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶସାଙ୍କ ଶେଖର ସୁବୁଦ୍ଧି ପରିଚାନା କରିଥିବା ବେଳେ ସହକାରୀ କୃଷି ଅଧିକାରୀ ଛବିରାଣୀ ମହାନ୍ତି, ବିଟିଏମ ଦୀପକ ଗୌତମ ପରିଚାଳନରେ ସହଯୋଗ କରିଥିଲେ।

Leave A Reply

Your email address will not be published.