ମା ନିଜ ସନ୍ତାନକୁ ଅନ୍ଧାରରୁ ଆଲୋକ, ବାପା ଜ୍ଞାନ ଓ ବଞ୍ଚିବା ଶିକ୍ଷା ସୂତ୍ର ଦେଇଥାନ୍ତି ।

0

ଗଜପତି, ୨୧.୦୬.’୨୬ ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ପରିସରରେ ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଆନ୍ତର୍ଜାତିକ ପିତୃ ଦିବସ ପାଳନ ହୋଇସାରିଛି। ଏହି କାର୍ଯ୍ୟ କ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ, ଗଜପତିର ବିଚିତ୍ରାନନ୍ଦ ବେବର୍ତ୍ତା, ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ଉନ୍ନୟନ ଅଧିକାରୀ,ଗଜପତି ଦୟାମୟ ପାଢ଼ୀ, ମୁଖ୍ୟ ବକ୍ତା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଇଁରେଜି ବିଭାଗର ମୁଖ୍ୟ ଅଧ୍ୟାପିକା କୋମଲ ଶୀଖା ମଲ୍ଲିକ।ସମ୍ମାନିତ ବକ୍ତା ଭାବେ ଅଧିବକ୍ତା ଇତିଶ୍ରୀ ମହାପାତ୍ର ଯୋଗ ଦେଇ ସମସ୍ତ ଅତିଥି କହିଥିଲେ, ମା’ଟି ନିଜ ସନ୍ତାନକୁ ଦୁନିଆ ର ଆଲୋକ ଦେଖାଉଥିବା ବେଳେ ବାପା ତାକୁ ନିଜେ ବଞ୍ଚି, ସମାଜକୁ ସୁସ୍ଥ ଓ ସୁନ୍ଦର ରଖିବାର ସୂତ୍ର ଶିଖାଇ ଥାଏ। ପ୍ରାରମ୍ଭରେ ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡିର ସମ୍ପାଦିକା ତନୁଜା ଶତପଥୀ କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ଦେଇଥିଲେ। ଅନୁଷ୍ଠାନର ସଭାପତି ଲୋକନାଥ ମିଶ୍ର ପିତୃ ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ କହିଥିବା ବେଳେ ଭାଗବତ ପାଢ଼ୀ ଓ ହରୀମୋହନ ପଟ୍ଟନାୟକ ଉତ୍ତମ ପିତାର ଲକ୍ଷଣ ଏବଂ ପୂଜ୍ୟପୂଜା ର ଭାରତୀୟ ଜାତୀୟ ସଂସ୍କୃତିର ବିକାଶ ଦିଗରେ ଆମ ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ। ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନି, ଡାଇଟ ଅଧ୍ୟକ୍ଷ ଡକ୍ଟର ମୁର୍ମୁ, ବିନୋଦିନୀ କଲେଜ ଅଧ୍ୟକ୍ଷ ମନୋଜ ପଟ୍ଟନାୟକ, ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ମନୋଜ ପଣ୍ଡା, ସେବା ନିବୃତ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରାମଚନ୍ଦ୍ର ପାଢ଼ୀ ପ୍ରଭୃତି ନିଜ ନିଜର ବକ୍ତବ୍ୟରେ ପିତୃତ୍ୱର ମହାନତା ବିଷୟରେ ଅବଗତ କରାଇଥିଲେ। ପିତା ପରିବାରର ମେରୁଦଣ୍ଡ ସମ୍ପର୍କରେ ଆଧାରିତ ଓଡ଼ିଆ ଓ ଇଂରାଜୀ ଭାଷାରେ ତର୍କରେ ଯେଉଁମାନେ ବିଜୟୀ ହୋଇଥିଲେ ସେମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ଦେଇ ସମ୍ୱର୍ଥନା ଦିଆ ଯାଇଥିଲା। କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ପ୍ରଧାନ, ପଲକ୍ ପାତ୍ର, ଚାନ୍ଦିନୀ ସାହୁ, ସାଇସ୍ନିଗ୍ଧା ପଟ୍ଟନାୟକ, ସୁନୀତା ପଣ୍ଡା ପ୍ରଭୃତି ପରିଚାଳନା କରିଥିଲେ। ଶେଷରେ ପାୟଲ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ତନୁଜା ଶତପଥୀ (ସମ୍ପାଦିକା) ।

Leave A Reply

Your email address will not be published.