ଭୁବନେଶ୍ବର : ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଗଲେ ଦେବାଶିଷ ସାମନ୍ତରାୟ। ଗୁରୁବାରରେ ତାଙ୍କୁ ରାଜ୍ୟସଭା ନିର୍ବାଚନର ରିଟର୍ଣ୍ଣିଂ ଅଫିସର ନିର୍ବାଚିତ ହୋଇଥିବା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଦେବାଶିଷ ଏକମାତ୍ର ଖାଲିଥିବା ଆସନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଫଳରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଥିବା ଶେଷ ତାରିଖରେ ତାଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି।
ଏହାପରେ ଦେବାଶିଷଙ୍କୁ ଭୁବନେଶ୍ବର ରାଜ୍ୟ କାର୍ଯ୍ୟଳାୟରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ତାଙ୍କୁ ଦଳ ତରଫରୁ ସ୍ବାଗତ କରିଛନ୍ତି। ଏଥିରେ ସଂଗଠନ ସଂପାଦକ ମାନସ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ଦେବାଶିଷ ବିଜେଡିରୁ ସାଂସଦ ଥିଲେ। ସେ କିଛିମାସ ତଳେ ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇ ସେହି ଆସନ ପାଇଁ ଦଳରୁ ପ୍ରାର୍ଥୀ ହୋଇଥିଲେ।
Comments are closed.