ଓ୍ବାସିଂଟନ : ମଧ୍ୟପ୍ରାଚ୍ୟକୁ ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର। ଯୁଦ୍ଧକୁ ନେଇ ବଡ ବୟାନ ଦେଲେ ଟ୍ରମ୍ପ। ଇରାନ ଉପରେ ଆକ୍ରମଣ କରିବନି ବୋଲି ଆମେରିକା କହିଛନ୍ତି। ବଡ଼ ହମଲା ପାଇଁ ଧମକର କେଇ ଘଣ୍ଟା ପରେ ୟୁ-ଟର୍ଣ୍ଣ ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସପ୍ତାହାନ୍ତରେ ୟୁରୋପରେ ହୋଇପାରେ ଐତିହାସିକ ଚୁକ୍ତି । ଇରାନର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ସାମରିକ ଆକ୍ରମଣ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ କହିଛନ୍ତି ଚୁକ୍ତିନାମା ଉପରେ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ସହମତି ହୋଇଛି। ଖୁବଶୀଘ୍ର ଏହା ଉପରେ ସାଇନ୍ ହେବ। ଏପଟେ ଟ୍ରମ୍ପଙ୍କ ଦାବିକୁ ଖାରଜ କରିଦେଇଛି ତେହରାନ। ଇରାନ କହିଛି ଚୁକ୍ତି ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ରିପୋର୍ଟକୁ କେବଳ ଅନୁମାନ ବୋଲି କହିଛି ଇରାନ୍।
ଗତକାଲି ଇରାନ୍ ଉପରେ ବଡ଼ ହମ୍ଲା ହେବା ନେଇ ଧମକ ଦେଇଥିଲେ ଟ୍ରମ୍ପ। ଟ୍ରୁଥ୍ ସୋସିଆଲ୍ ଜରିଆରେ ଚେତାବନୀ ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି।ଟ୍ରମ୍ପ କହିଛନ୍ତି ,ଅତି ଦୂର ଭବିଷ୍ୟତରେ କୌଣସି ସମୟରେ, ଆମେ ଖାର୍ଗ ଦ୍ୱୀପ ଏବଂ ଅନ୍ୟାନ୍ୟ ତୈଳ ଭିତ୍ତିଭୂମି ସ୍ଥାନଗୁଡ଼ିକୁ କବଜା କରିବୁ ଏବଂ ସେମାନଙ୍କର ତେଲ ଏବଂ ଗ୍ୟାସ ବଜାରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଗ୍ରହଣ କରିବୁ, ଯେପରି ଆମେ ଭେନେଜୁଏଲା ସହିତ କରିଛୁ। ଖାର୍ଗ ଦ୍ବୀପ ସହ ସମସ୍ତ ତୈଳ ଉତ୍ସ ନିୟନ୍ତ୍ରଣକୁ ନେବାକୁ ଚେତାବନୀ ଦେଇଥିଲେ ଆମେରିକା ରାଷ୍ଟ୍ରପତି ।