ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ , ଅରୁଣ ଫେରିଲେ , ବାଦ ପଡିଲେ ସମୀର ।

ବିଜେଡିର ନୂତନ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇଛି । ପୂର୍ବରୁ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥୀ ବେହେରା, କଟକ ମେୟର ସୁବାସ ସିଂହ ଏବଂ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନୂଆ ତାଲିକାରୁ ବାଦ୍ ପଡ଼ିଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ରୋହିତ ପୂଜାରୀଙ୍କୁ ନୂଆ କରି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ସେହିଭଳି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରୁଣ ସାହୁଙ୍କ ପାଖକୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଫେରିଆସିଛି । ସୁଶାନ୍ତ ସିଂହ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ଦୁଇଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

କେଉଁ ଜିଲ୍ଲାର କିଏ ପର୍ଯ୍ୟବେକ୍ଷକ
ପ୍ରଶାନ୍ତ କୁମାର ମୁଦୁଲି- ଅନୁଗୁଳ
ପ୍ରତାପ କେଶରୀ ଦେବ- ବାଲେଶ୍ୱର
ସୁଧୀର କୁମାର ସାମଲ- ବରଗଡ଼
ପ୍ରଣବ କୁମାର ବଳବନ୍ତରାୟ- ଭଦ୍ରକ
ସୁଶାନ୍ତ ସିଂହ- ବଲାଙ୍ଗୀର/ ଦେବଗଡ଼
ଶ୍ରୀମତୀ ଉଷା ଦେବୀ- କଟକ
ଶ୍ରୀମତୀ ପ୍ରମିଳା ମଲ୍ଲିକ- ଢ଼େଙ୍କାନାଳ/ ଖୋର୍ଦ୍ଧା
ଅତନୁ ସବ୍ୟସାଚୀ ନାୟକ- ଗଜପତି/ରାୟଗଡ଼ା
ଡ. ଅରୁଣ କୁମାର ସାହୁ- ଜଗତସିଂହପୁର
ବିଜୟ ନାୟକ- କନ୍ଧମାଳ
ପ୍ରଫୁଲ୍ଲ କୁମାର ମଲ୍ଲିକ- କେନ୍ଦ୍ରାପଡ଼ା
ପ୍ରଣବ ପ୍ରକାଶ ଦାସ- କେନ୍ଦୁଝର/ମୟୁରଭଞ୍ଜ
ଦିବ୍ୟଶଙ୍କର ମିଶ୍ର- କୋରାପୁଟ/ ମାଲକାନଗିରି
ଈଶ୍ୱର ପାଣିଗ୍ରାହୀ- ନବରଙ୍ଗପୁର
ପଦ୍ମନାଭ ବେହେରା- ନୟାଗଡ଼
ଶ୍ରୀମତୀ ଟୁକୁନି ସାହୁ- ନୂଆପଡ଼ା
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ପୁରୀ
ନଳିନୀକାନ୍ତ ପ୍ରଧାନ- ସମ୍ବଲପୁର
ପ୍ରୀତିରଞ୍ଜନ ଘଡ଼ାଇ- ସୁନ୍ଦରଗଡ଼
ନବକିଶୋର ଦାସ- କଳାହାଣ୍ଡି
ପ୍ରଦୀପ କୁମାର ଅମାତ୍- ଗଞ୍ଜାମ
ସୌଭାଗ୍ୟ ନାୟକ- ବୌଦ୍ଧ
ଅଶୋକ ଚନ୍ଦ୍ର ପଣ୍ଡା- ଯାଜପୁର
ସାରଦା ପ୍ରସାଦ ନାୟକ- ଝାରସୁଗୁଡ଼ା
ରୋହିତ ପୂଜାରୀ- ସୁବର୍ଣ୍ଣପୁର

Comments are closed.