ବିଜେଡି ଛାଡିଲେ ତେଜେଶ୍ୱର ପରିଡ଼ା , ବିଜେପିରେ ଯୋଗ ଦେବେ !

ଯୁବ ବିଜେଡି ନେତା ତଥା ଓଡ଼ିଶା ଖଦି ଓ ଗ୍ରମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ଶ୍ରୀତେଜେଶ୍ଵର ପରିଡ଼ାଙ୍କ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଇମେଲ ଯୋଗେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଥିବାର କହିଛନ୍ତି । ପୂର୍ବରୁ ଶ୍ରୀ ପରିଡା ଖଦି ଗ୍ରମୋଦ୍ୟୋଗ ବୋର୍ଡର ସଭାପତି ଓ ପୂର୍ବରୁ ଦଳର ମୁଖପାତ୍ର ଭାବରେ କାମ କରୁଥିଲେ । ୨୦୧୯ ନିର୍ବାଚନରେ ସେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟ ପାଇବାରେ ଅସଫଳ ହୋଇଥିଲେ । ପରେ ଦଳ ତାଙ୍କୁ କୋରାପୁଟ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଥିଲେ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଦେଇ ଥିଲେ । ପ୍ରାୟ ୩ ବର୍ଷ ଧରି ସମସ୍ତ ଦଳୀୟ କାର୍ଯ୍ୟକ୍ରମ ଠାରୁ ଦୁରେଇ ରହି ସ୍ବତନ୍ତ୍ର ଭାବରେ ପାଟକୁରା ଓ କେନ୍ଦ୍ରାପଡା ଜିଲ୍ଲାର ଜନସ୍ୱାର୍ଥ ସମ୍ବଳିତ ସମସ୍ୟାକୁ ନେଇ ନିଜର ସଂଗ୍ରାମ ଜାରି ରଖିଥିଲେ । ନିଜର ଶୁଭେଚ୍ଛୁ ଓ ସହଯୋଗୀ ମାନଙ୍କ ସହ ଆଲୋଚନା କରିବା ପରେ ବିକଳ୍ପ ରାଜନୈତିକ ଦଳରେ ଯୋଗ ଦେବେ ବୋଲି ପ୍ରକାଶ କରିଛନ୍ତି ।

Comments are closed.