ପ୍ରଦୀପ ମାଝୀଙ୍କୁ ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ନିଯୁକ୍ତ , ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ ।

ଭୁବନେଶ୍ୱର: ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି)ର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼କୁ ଛାଡ଼ି ୮ଟି ଜିଲ୍ଲାରେ ପରିଷଦର ନୂଆ ଅଧ୍ୟକ୍ଷ ଏବଂ ୯ ଟି ଯାକ ଜିଲ୍ଲାରେ ପରିଷଦର ନୂଆ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ଦୁଇବର୍ଷ ପାଇଁ କାର୍ଯ୍ୟ କରିବେ । ତେବେ ଖାଲିପଡ଼ିଥିବା ଏସଡିସି ଉପଦେଷ୍ଟା ପଦବୀ ପୂରଣ ହୋଇନାହିଁ ।
ମୟୁରଭଞ୍ଜ- ଡ. ଦେବାଶିଷ ମାରାଣ୍ଡି (ଅଧ୍ୟକ୍ଷ), କମଳା ତିରିୟା (ଉପାଧ୍ୟକ୍ଷ)
କେନ୍ଦୁଝର- ଲକ୍ଷ୍ମୀ ନାୟକ (ଅଧ୍ୟକ୍ଷ), ନାରାୟଣ ପୂର୍ତ୍ତି (ଉପାଧ୍ୟକ୍ଷ)
ମାଲକାନଗିରି- ଅଦମା ରବା (ଅଧ୍ୟକ୍ଷ), ରାଇଲା ନାଏକ (ଉପାଧ୍ୟକ୍ଷ)
କୋରାପୁଟ- ଚନ୍ଦ୍ରଶେଖର ମାଝୀ (ଅଧ୍ୟକ୍ଷ), ଲକ୍ଷ୍ମୀ ହାନ୍ତାଲ (ଉପାଧ୍ୟକ୍ଷ)
ନବରଙ୍ଗପୁର- ଉପେନ୍ଦ୍ର ଗଣ୍ଡ (ଅଧ୍ୟକ୍ଷ), ଭାନୁମତି ପୂଜାରୀ (ଉପାଧ୍ୟକ୍ଷ)
ରାୟଗଡ଼ା- ଅନସୂୟା ମାଝୀ (ଅଧ୍ୟକ୍ଷ), ବନମାଳୀ କାଡ୍ରାକା (ଉପାଧ୍ୟକ୍ଷ)
ଗଜପତି- ମାରିଆମ ରାଇତୋ (ଅଧ୍ୟକ୍ଷ), ଧନେଶ୍ୱର ଭୂ୍ୟାଁ (ଉପାଧ୍ୟକ୍ଷ)
କନ୍ଧମାଳ- ରୋଦାନ ମଲ୍ଲିକ (ଅଧ୍ୟକ୍ଷ), ନଳିନୀ କହଁର (ଉପାଧ୍ୟକ୍ଷ)
ସୁନ୍ଦରଗଡ଼- ବର୍ତ୍ତମାନର ଅଧ୍ୟକ୍ଷଙ୍କୁ ପୁନଃନିଯୁକ୍ତି, ସୁଶୀଲା ଟପ୍ନୋ (ଉପାଧ୍ୟକ୍ଷ)
ସୂଚନାଥାଉକି, ୯ଟି ଯାକ ଆଦିବାସୀ ବହୁଳ ଜିଲ୍ଲାରେ ୧୫ ଲକ୍ଷ ଆଦିବାସୀ ପରିବାରର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ଏକ ଅଭିନବ ପଦକ୍ଷେପ । ପ୍ରତି ଜିଲ୍ଲାରେ ପରିଷଦର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ଥିଲା ବେଳେ ଯୋଜନା, ରୂପାୟନ ଏବଂ ସମୀକ୍ଷା ପାଇଁ ଜଣେ ଉପଦେଷ୍ଟାଙ୍କୁ ରାଜ୍ୟ ସରକାର ନିଯୁକ୍ତି କରିଥାନ୍ତି । ସୁଜିତ୍ କୁମାର ରାଜ୍ୟସଭାକୁ ଯିବା ପରେ ଉପଦେଷ୍ଟା ପଦବୀଟି ଖାଲି ପଡିଛି । ଆଦିବାସୀ ଭୋଟବ୍ୟାଙ୍କର ଗୁରୁତ୍ୱ ଦୃଷ୍ଟିରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାହାରିକୁ ନିଯୁକ୍ତି ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ପଦବୀରେ ପ୍ରଦୀପ ମାଝୀଙ୍କୁ ନିଯୁକ୍ତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Comments are closed.