ବାଲେଶ୍ୱର, ୧୭/୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଚଳିତ ବର୍ଷର ସ୍ୱାଧୀନତା ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି।
ଦେଶପ୍ରେମ ସହ ସେବାର ଭାବନାକୁ ଯୋଡ଼ି ଦଳର କର୍ମକର୍ତ୍ତାମାନେ ସହର ନିକଟସ୍ଥ ‘ଅମୃତଧାରା’ ଓ ‘କପିଳମୁନି’ ବୃଦ୍ଧାଶ୍ରମ ପରିଦର୍ଶନ କରି ଅନ୍ତେବାସୀଙ୍କ ମଧ୍ୟରେ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।
ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସ୍ୱରୂପ କୁମାର ଦାସ ଏବଂ ପୂର୍ବତନ ବିଧାୟକ ତଥା ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଜୀବନ ପ୍ରଦୀପ ଦାଶଙ୍କ ପରାମର୍ଶ ଓ ସହଯୋଗରେ ଏହି ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଅନ୍ତେବାସୀମାନଙ୍କୁ ଶାଢ଼ୀ, ଲୁଙ୍ଗି, ଗଞ୍ଜି ଓ ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ସ୍ୱାଧୀନତା ଦିବସର ମହତ୍ତ୍ୱକୁ ସେବା, ସହାନୁଭୂତି ଓ ମାନବିକତା ସହ ଯୋଡ଼ିବାର ଏହି ପ୍ରୟାସକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।
କାର୍ଯ୍ୟକ୍ରମରେ ଟାଉନ ସଭାପତି ମନୋଜ କୁମାର ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ବାଗ, ପୌର ଉପାଧ୍ୟକ୍ଷ କୈଳାଶ ଚନ୍ଦ୍ର ସେଠୀ, କାଉନସିଲର କାର୍ତ୍ତିକ ସାହୁ, ଆୟୂବ ଖାଁ, ଶଶୀରେଖା ମହାନ୍ତି, ମୀରାଜ ବାନୋ, ମୀତା ପଟ୍ଟନାୟକ, ପୂର୍ବତନ କାଉନସିଲର ରମେଶ ମାଝୀ, ସେକ୍ ସାକିର, ସଞ୍ଜୟ ବେହେରା, ଅତୁଲ ଶତପଥୀ, ରୀତିକ ଜୀ, ଅଶୋକ ଆଦ୍ୟ, ସୋନିଆ ମୁର୍ମୁ, ଯୁବନେତା ଭରତ ଭୂଷଣ ଦାସ, ଉମାଶଙ୍କର ତିଆଡ଼ି, ସଞ୍ଜୟ ନାୟକ, ସେକ୍ ଆଲାମ, ଛାତ୍ରନେତା ହରେକୃଷ୍ଣ ପ୍ରଧାନ, ଲକସନ ପ୍ରଧାନ, ଜଗନ୍ନାଥ ବେହେରା ଓ ଆୟୁଷ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅନ୍ତେବାସୀଙ୍କୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।