ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ ଉଦ୍‍ଯାପିତ

କେନ୍ଦୁଝର : ଓଡିଶା ସରକାରଙ୍କ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ତିନିଦିନିଆ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଓଏସ୍‍ଡି ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା ଉଦଯାପନୀ ସମାରୋହରେ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଅନଗ୍ରସର ମଣିଷ ପାଇଁ ଆଜୀବନ ସେବା କରିବି ବୋଲି କହିବା ସହ କେନ୍ଦୁଝରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ଜିଲାପରିଷଦ ମୁଖ୍ୟଅ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାତୃଭାଷା ବିନା କେଉଁ ଜାତି ଆଗକୁ ବଢିପାରେ ନାହିଁ ବୋଲି ଛାତ୍ରଛାତ୍ରୀଙ୍କୁ ମାତୃଭାଷା ପ୍ରତି ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସତ୍ୟବ୍ରତ ମିଶ୍ର ଶବ୍ଦତୀର୍ଥରୁ ଅନେକ ଶିକ୍ଷା ଓ ପ୍ରେରଣା ମିଳିଛି ବୋଲି ପ୍ରକାଶ କରିଥିଲେ।

Comments are closed.