ବୈଷ୍ଣବଜନ ତାକୁ କହି

ବୈଷ୍ଣବଜନ ତାକୁ କହି
=============
ମୂଳ ଗୁଜୁରାଟୀ ରଚନା – ବୈଷ୍ଣବ କବି
ନର୍ସୀ ମେହେଟ୍ଟା l
ମର୍ମାନୁବାଦ – ଅର୍ଜୁନୀ ଚରଣ ବେହେରା
*******
ନର୍ସି କହନ୍ତି ବାକ୍ୟ ସାର l
ବୈଷ୍ଣବ ଜନର ବେଭାର ll
ଶୁଣ ସୁଜନେ ମନ ଦେଇ l
ବୈଷ୍ଣବ ଜନ ତାକୁ କହି ll
ଯେ ପାରେ ପର ପୀଡ଼ା ଜାଣି l
ପରୋପକାରେ ଥାଏ ପୁଣି ll
ମାନାଭିମାନ ନାହିଁ ମନେ l
ସୁଖ ଦୁଃଖକୁ ସମ ମଣେ ll
ସକଳ ଲୋକରେ ସମ୍ମାନ l
ନିନ୍ଦା ନ କରେ କଦାଚନ ll
କାହାକୁ ନ ଦିଅଇ ଦୁଃଖ l
ନିର୍ମଳ ରଖେ ନିଜ ବାକ୍ୟ ll
ଧନ୍ୟ ମନୁଷ୍ୟ ଜନ୍ମ ତାର l
ଧନ୍ୟ ତା ଜନନୀ ପିଅର ll
ଯେ ଜନ ସର୍ବେ ସମ ଦେଖେ l
ତୃଷ୍ଣାକୁ ତେଜଇ ପ୍ରତ୍ୟକ୍ଷେ ll
ପର ଦାରାକୁ ମଣେ ମାଆ l
ମିଥ୍ୟା ନବୋଲେ ଥାଇ ଜିହ୍ୱା ll
ତୁଚ୍ଛ ମଣଇ ପର ବିତ୍ତ l
ସ୍ପର୍ଶ ନ କରେ ଥାଇ ହାତ ll
ଅନ୍ତରେ ନାହିଁ ମୋହ ମାୟା l
ଦୃଢ଼ ବୈରାଗ୍ୟ ସ୍ୱଚ୍ଛ କାୟା ll
ତୁଣ୍ଡରେ ସଦା ହରିଗୁଣ l
ଶ୍ରୀହରି ନାମ ସଙ୍କୀର୍ତ୍ତନ ll
ସକଳ ତୀର୍ଥ ତା ଦେହରେ l
ବସନ୍ତି ବୈଷ୍ଣବ ବେଭାରେ ll
ଛନ୍ଦ କପଟ ନାହିଁ ହୃଦେ l
ନପଡ଼େ କେବେ କାମ କ୍ରୋଧେ Il
ଏମନ୍ତ ବୈଷ୍ଣବ ବେଭାର l
ସେ ଜନେ ମୋର ନମସ୍କାର ll
ପରମ ମଙ୍ଗଳ ଏ ବାଣୀ l
ଘେନା କରିବେ ସୁଧୀ ଶ୍ରେଣୀ ll
ଭଣିଲେ ନରସି ଭଗତ l
ସାଧୁ ପରମ ଭାଗବତ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.