ଭୁବନେଶ୍ୱର:ଓଡ଼ିଶା ପୁଲିସର ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସ୍ତରରେ ବଡ଼ଧରଣର ଅଦଳବଦଳ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ଗୃହ ବିଭାଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ନିଷ୍ପତ୍ତି ଅନୁଯାୟୀ,ସତ୍ୟବ୍ରତ ଭୋଇଙ୍କୁ ଗୁଇନ୍ଦା ବିଭାଗର ଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି। ସେହିପରି ହିମାଂଶୁ ଲାଲଙ୍କୁ ଇଓଡବ୍ଲ୍ୟୁ (EOW) ଓ ଏସ୍ଟିଏଫ୍ (STF)ର ଆଇଜି ଦାୟିତ୍ୱ ଦିଆଯାଇଛି।ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ନିଯୁକ୍ତି ମିଳିଥିବାବେଳେ ନୀତି ଶେଖରଙ୍କୁ ଆଇଜି ପ୍ରୋଭିଜନିଂ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଚରଣ ସିଂ ମୀନାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ଦିଆଯାଇଛି