ରାଜ୍ୟ ସରକାରଙ୍କ ବଡ ଘୋଷଣା: ମାଗଣା ବସ୍‌ରେ ଯାତ୍ରା କରିବେ ନିଟ୍‌ ପରୀକ୍ଷାର୍ଥୀ

ଭୁବନେଶ୍ଵର : ପରୀକ୍ଷାର୍ଥୀମାନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ବିନା ଦେୟମୂଲ୍ୟ ବସ୍‌ରେ ଯିବେ ନିଟ୍ ୟୁଜି ପରୀକ୍ଷାର୍ଥୀ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରିଛି। ଆଡମିଟ୍‌ କାର୍ଡ ଦେଖାଇ ପରୀକ୍ଷାର୍ଥୀ ଓଏସଆରଟିସି ବସ୍ ବସ୍‌ରେ ମାଗଣାରେ ଯାଇପାରିବେ । ପରୀକ୍ଷା କେନ୍ଦ୍ରରେ ସହଜରେ ପହଞ୍ଚିବା ପାଇଁ ମାଗଣା ବସ୍‌ ସେବା । ଆସନ୍ତା ୨୧ ତାରିଖରେ ନିଟ ୟୁଜି ପୁନଃପରୀକ୍ଷା ହେବ।ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ୫୬,୯୮୩ ଜଣ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।ଏହା ପୂର୍ବରୁ ପଞ୍ଜାବ ସରକାର ରାଜ୍ୟୋର ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର ଏବଂ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ମଧ୍ୟରୁ ଜଣଙ୍କୁ ଜୁନ ୨୦ ରୁ ଜୁନ ୨୨ ପର୍ଯ୍ୟନ୍ତ ପଞ୍ଜାବ ରୋଡୱେଜ ସରକାରୀ ବସ୍‌ରେ ମାଗଣା ଯାତ୍ରା ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ । ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଛାତ୍ରୀଛାତ୍ରମାନଙ୍କ ଅସୁବିଧାକୁ ହ୍ରାସ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି

Comments are closed.