କଜଳବନ୍ଧ ଗ୍ରାମର କୈଳାଶ ମଳିକ ହତ୍ୟା ପଛରେ ସୁପାରୀ କିଲର : ମୣତ କୈଳାଶଙ୍କ ସ୍ତ୍ରୀ ସଙ୍ଗୀତା ମଳିକ ଅଭିଯୋଗ
ରାଜନଗର : ରାଜନଗର ବ୍ଲକ ଈଶାଣୀପଲା ଠାରେ କଜଳବନ୍ଧ ଗ୍ରାମର କୈଳାଶ ମଳିକଙ୍କୁ ଗତ୧୦ତାରିଖ ରାତି ରେ କିଛି ଲୋକ ସଙ୍ଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ। ଖବର ପାଇ ସମ୍ପର୍କୀୟ ଲୋକେ ଯୁବକକୁ ଗୁରୁତର ଅବସ୍ଥାରେ ସମ୍ପର୍କୀୟ ଲୋକେ ରାଜନଗର ଗେ।ଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ତାଙ୍କୁ ମୣତ ଘେ।ଷଣା କରିଥିଲେ। ମୣତ କୈଳାଶଙ୍କ ସ୍ତ୍ରୀ ସଙ୍ଗୀତା ମଳିକ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବୁଧବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ସମ୍ବିତ ମଳିକ, ରାଜନଗର ଥାନା ଅନ୍ତର୍ଗତ ଖଣ୍ଡେଇପଡା ଗ୍ରାମର ସିଲୁ ମଳିକ ଘରୁ ଡାକି ନେଇଥିଲେ। ପୂର୍ବ ଯେ।ଜନା ମୁତାବକ ସେମାନେ ଈଶାଣୀପଲ୍ଲା ଗ୍ରାମକୁ ନେଇଥିଲେ। ସେଠାରେ ପ୍ରଭାକର ନାୟକ, ରାଜକିଶୋର ନାୟକ ଏବଂ ରାହୁଳ ନାୟକ ଭୁଜାଲି ରେ ଜୀବନରୁ ମାରିଦେବା ପାଇଁ ଆକ୍ରମଣ କରିଥିଲେ। ମେ। ସ୍ବାମୀ ମୣତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ସମ୍ପର୍କୀୟ ମାନେ ରାଜନଗର ଗେ।ଷ୍ଠୀସ୍ବାସ୍ଥ୍ୟକୁ ନେଇଥିଲେ। ସେଠାରୁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାପରେ ଡାକ୍ତର ମୣତ ଘେ।ଷଣା କରିଛନ୍ତି। ଏହି ଘଟଣାରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଏସଡିପିଓ ସୁକାନ୍ତ କୁମାର ପାତ୍ରଙ୍କ ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି।
Comments are closed.