ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟି ବନାମ ବିଜେପି। ଦିଲ୍ଲୀରେ ଚାଲିଛି ଅପରେସନ୍‌ ଲୋଟସ୍‌ ଭର୍ସେସ୍‌ ଦୁର୍ନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍‌। ଦିଲ୍ଲୀରେ ଆପ୍‌ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଚେଷ୍ଟା କରୁଥିବା ଦାବି ଭିତରେ ଆଜି ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବିଶ୍ୱାସ ପ୍ରସ୍ତାବ ବେଳେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି କେଜ୍ରିୱାଲ।

ମୁଖ୍ୟମନ୍ତ୍ରୀ ମଧ୍ୟପ୍ରଦେଶ, ଗୋଆ, ମହାରାଷ୍ଟ୍ର, କର୍ଣ୍ଣାଟକରେ ଅପରେସନ୍ ଲୋଟସ୍ ସଫଳ ହୋଇଥିଲା, କିନ୍ତୁ ଦିଲ୍ଲୀରେ ଏହା ବିଫଳ ହୋଇଛି। ବିଜେପି ଆମର ବିଧାୟକ କିଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲା କିନ୍ତୁ ଆମର ଜଣେ ବି ବିଧାୟକ ବିକ୍ରି ହୋଇନଥିବା କଥା ଆମେ ଶକ୍ତି ପ୍ରଦର୍ଶନ କରି ପ୍ରମାଣିତ କରିବୁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବିଧାୟକମାନଙ୍କୁ AAP ଛାଡି ବିଜେପିରେ ଯୋଗଦେବା ପାଇଁ ପ୍ରତ୍ୟେକଙ୍କୁ ୨୦ କୋଟି ଲେଖାଏଁ ଅଫର୍‌ ଦିଆଯାଇଥିଲା କିନ୍ତୁ ଏହି ଅପରେସନ୍ ଲୋଟସ୍ ବିଫଳ ହୋଇଥିଲା। ଆଜି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବା ବେଳେ ବିରୋଧୀ ଦାୟିତ୍ୱହୀନ ମନୋଭାବ ଦେଖାଉଛି। ସେମାନେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି, କେବଳ ନାଟକ କରିବାକୁ ଚାହୁଁଛନ୍ତି।’

Comments are closed.