ବିବେକାନନ୍ଦ ଯୋଗ ଚିକିତ୍ସା ଗବେଷଣା ପ୍ରତିଷ୍ଠାନର ପୁନଃଉଦ୍ଧାର

ଭୁବନେଶ୍ୱର  : ଓଡିଶାର ଏକ ସୁନାମଧନ୍ୟ ତଥା ସର୍ବ ପୁରାତନ ଯୋଗ ଅନୁଷ୍ଠାନ “ବିବେକାନନ୍ଦ ଯୋଗ ଚିକିତ୍ସା ଗବେଷଣା ପ୍ରତିଷ୍ଠାନ” ଗଚ କିଛି ବର୍ଷ ଧରି କାର୍ଯ୍ୟକ୍ରମ କ୍ଷେତ୍ରରେ ନୀରବି ଯାଇଥିବା ବେଳେ ବର୍ତ୍ତମାନ ଏହାର ବରିଷ୍ଠ ଯୋଗ ପ୍ରଶିକ୍ଷକ ପ୍ରଫେସର ଅଖିଳ ଚନ୍ଦ୍ର ରଣାଙ୍କ ସକ୍ରିୟତା ଯୋଗୁ ପୁନଃ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପୂର୍ବ ଭଳି ଏହା ଯୋଗ ଶିକ୍ଷା, ଯୋଗ ଚିକିତ୍ସା, ଯୋଗ ପ୍ରକାଶନ ଓ ଗବେଷଣା ଇତ୍ୟାଦି କାର୍ଯ୍ୟ ହାତକୁ ନେବ ବୋଲି ସଂଗଠକମାନେ ମତବ୍ୟକ୍ତ କରିଛନ୍ତି। ଉତ୍ସବରେ ପ୍ରତିଷ୍ଠାନର ପ୍ରତିଷ୍ଠାତା ସଦସ୍ଯ ଶାରଦା କିଙ୍କର ପାଲିତ, ପୂର୍ବତନ ସଂପାଦକ ଡାକ୍ତର ନବ କିଶୋର ମହାପାତ୍ର, ଯୋଗ ବିଚାର ପତ୍ରିକା ସଂପାଦକ ଡକ୍ଟର ନିଶାକର ପଣ୍ଡା, ଦେବାଶିଷ ମହାନ୍ତି, ପବତ୍ରା ରଣା ଏବଂ ବହୁ ପୁରାତନ ଛାତ୍ରଛାତ୍ରୀ, ସଦସ୍ଯ, ଶୁଭେଚ୍ଛୁ ଓ ପ୍ରଶିକ୍ଷକ ଯୋଗ ଦେଇ ‘ ଡିପ୍ଲୋମା ଇନ୍ ୟୋଗିକ୍ ସାଇନ୍ସ’ ପାଠ୍ୟକ୍ରମର ଶୁଭାରମ୍ଭରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ଚିତାକର୍ଷକ ଯୋଗାସନ ପ୍ରଦର୍ଶନ କରିଥିଲେ। ଅନୁଷ୍ଠାନ ତା’ର ଗରିମାମୟ ଅତୀତକୁ ଫେରି ପାଇପାରିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଥିଲେ। ରିପୋର୍ଟ-ସନାତନ ମହାକୁଡ଼।

Comments are closed.