ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଛାତ ଉପରୁ ଡେଇଁ ପଡି ରୋଗୀ ମୃତ ।

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଅଘଟଣ | ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି । ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିଛନ୍ତି | ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏହି ବ୍ୟକ୍ତି ଜଣକ ଛାତରେ ହ୍ୱିଲ ଚେୟାରରେ ବୁଲୁଥିବାବେଳେ ହଠାତ ଛାତ ତଳକୁ ଡେଇଁପଡ଼ିଥିଲେ |

ମିଳିଥିବା ସୂଚନା ମୁତାବକ ମୃତ ରୋଗୀ ଜଣକ ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ ହୋଇଥିବାବେଳେ ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ସେ ଚିକିତ୍ସାଧୀନ ଥିଲେ | ତାଙ୍କ ପତ୍ନୀ ତାଙ୍କୁ ଛାତ ଉପରେ ହ୍ୱିଲ ଚେୟାରରେ ବୁଲାଉଥିବାବେଳେ ହଠାତ ସେ ଡେଇଁପଡ଼ିଥିଲେ | ତେବେ ରୋଗୀ ଜଣକ କାହିଁକି ୫ ମହଲାରୁ ଡେଇଁପଡ଼ିଲେ ସେନେଇ ଜଣାପଡିନାହିଁ ।

Comments are closed.