ବୈଜ୍ଞାନିକଙ୍କ ଦାବି; ୨୫୦୦ବର୍ଷ ପର୍ଯ୍ୟନ୍ତ ଅଯୋଧ୍ୟା ରାମମନ୍ଦିର ରହିବ ସୁରକ୍ଷିତ

ନୂଆଦିଲ୍ଲୀ: ଅଯୋଧ୍ୟାରେ କେବେ ରାମମନ୍ଦିର ହେବ। ମନ୍ଦିରରେ କେବେ ପ୍ରଭୁ ରାମଲଲ୍ଲାଙ୍କ ପ୍ରାଣପତିଷ୍ଠା ହେବ। ଏନେଇ କେଉଁ କାଳ‌ରୁ କୋଟିକୋଟି ଭକ୍ତ  ଅପେକ୍ଷା କରି ରହିଥିଲେ। ଯାହାର ଅନ୍ତ ଗତ ଜାନୁଆରି ୨୨ ତାରିଖରେ ହୋଇଛି। ଧୁମଧାମରେ ରାମମନ୍ଦିରର ଉଦଘାଟନ ହେବା ସହ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଛି। ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ଅଯୋଧ୍ୟା ରାମମନ୍ଦିରରେ ‌ଭକ୍ତଙ୍କ ଭଡ଼ ଜମୁଛି। ଏହି କ୍ରମରେ ବୈଜ୍ଞାନିକମାନେ ରାମମନ୍ଦିରର ନିର୍ମ‌ାଣକୁ ନେଇ ବଡ଼ ଦାବି କରିଛନ୍ତି।

ଏସଆଇଆର-ସିବିଆରଆଇ(‌‌ସେଣ୍ଟ୍ରାଲ ବିଲଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବରିଷ୍ଠ ବୈଜ୍ଞାନିକ ଦେବଦତ୍ତ ଘୋଷଙ୍କ କହିବାନୁସାରେ, ଅଯୋଧ୍ୟ‌ା ମନ୍ଦିର ୨୫୦୦ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ। ଏମିତି କି  ଭୂକମ୍ପକୁ ବି ସମ୍ଭାଳି ନେବ।

ମନ୍ଦିରର ଯେଉଁସ୍ଥାନରେ ନିର୍ମ‌ାଣ ହୋଇଛି ସେଠାକାର ମାଟି, ନିଅ, ନିର୍ମାଣ ଶୈଳୀ, ଜିଓଫିଜିକାଲ, ଜିଓଟେକ୍ନିକଲ ଆନାଲିସିସ ଓ ପରିସରକୁ ନେଇ ବିଶେଷ ପ୍ରକାର ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନ ପରେ ଯାଇ ଏହି ଦାବି କରାଯାଇଛି। ଏଥିସହିତ ମନ୍ଦିରର ଥ୍ରିଡି ଷ୍ଟକଚରର ମଧ୍ୟ ଅଧ୍ୟୟନ କରାଯାଇଛି।

Comments are closed.