ଏଣିକି ରାତିରେ ଜଙ୍ଗଲ ସଫାରୀର ମଜା ନେଇପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ଜଙ୍ଗଲ ଓ ପଶୁ ପକ୍ଷୀଙ୍କୁ ଭଲ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର | ଏଣିକି ରାତିରେ ଜଙ୍ଗଲ ସଫାରୀର ମଜା ନେଇପାରିବେ ଲୋକେ | ରାତିରେ ଲୋକେ ବୁଲିପାରିବେ ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟ | ସେଥିପାଇଁ ବନ ବିଭାଗ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା | ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ଦୁଇଟି ସିଫ୍ଟରେ ଅଭୟାରଣ୍ୟ ଭିତରକୁ ଯାଇ ଜଙ୍ଗଲୀ ଯିବ ଜନ୍ତୁଙ୍କୁ ଦେଖିବା ସହ ଘଞ୍ଚ ଜଙ୍ଗଲ ଭିତରେ ଅତିବାହିତ କରିବେ ସମୟ | ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି | ରାଜଧାନୀର ବିଭିନ୍ନ ସ୍କୁଲ ପିଲାଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଘଞ୍ଚ ଜଙ୍ଗଲ ଭିତରକୁ ନିଆଯାଇ ଏକ ନୂତନ ଅନୁଭୂତି ପ୍ରଦାନ କରାଯାଇଛି |

ପିଲାମାନେ ମଧ୍ୟ ଜଙ୍ଗଲ ସଫାରି ବୁଲି ବେଶ ଖୁସି ହେଇଛନ୍ତି | ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟ ମଧ୍ୟରେ ହାତୀ, ହରିଣ, ଠେକୁଆ, କୋକିଶିଆଳି, ଶିଆଳ, ବାରହା, କୁଟ୍ରା ଇତ୍ୟାଦି ଥିବା ବେଳେ ସେମାନଙ୍କୁ ଦେଖିବା ପାଇଁ ଓ ଜଙ୍ଗଲ ମଧ୍ୟରେ ବୁଲିବା ପାଇଁ ଲୋକଙ୍କ ଆଗ୍ରହ ରହିଛି, ତାକୁ ଆଖି ଆଗରେ ରଖି ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ | ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଟିକେଟ କରି ଲୋକମାନେ ଏହି ନାଇଟ ସଫାରୀର ମଜା ନେଇପାରିବେ |

Comments are closed.