ବସ୍ତା ବିଧାୟିକା ସୁବାସିନୀ ଜେନା ତାଙ୍କ ହାତ ପାଣ୍ଠିରୁ ଭିନ୍ନକ୍ଷମ ମାନଙ୍କୁ ପ୍ରଦାନ କଲେ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ 

0

ବାଲେଶ୍ଵର -୧୧/୭(କୃଷ୍ଣ କୁମାର ମହାନ୍ତି)- ବସ୍ତା ବିଧାୟିକା ସୁବାସିନୀ ଜେନା ଗତକାଲି ତାଙ୍କ ଲଙ୍ଗଳେଶ୍ବର ସ୍ଥିତ ବାସଭବନରେ ଦୁଇ ବର୍ଷ ପୂର୍ତ୍ତି ସମାରୋହ ପାଳନ କରିଛନ୍ତି।

ଏହି ଅବସରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବସ୍ତା ଏବଂ ବାଲିଆପାଳ ବ୍ଲକର ୪୨ ଜଣ ଭିନ୍ନକ୍ଷମଙ୍କୁ ବିଧାୟିକା ନିଜ ହାତପାଣ୍ଠିରୁ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ପ୍ରଦାନ କରିଛନ୍ତି।

ବାଲିଆପାଳ ବ୍ଲକର ୩୧ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ଯୋଗାଇ ଦେଇଥିବା ବେଳେ ବସ୍ତା ବ୍ଲକର ୧୧ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ପ୍ରଦାନ କରିଛନ୍ତି। ଏହି ଅବସରରେ ବିଧାୟିକା ଜେନା କହିଥିଲେ ଯେ ବିଗତ ଦିନରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ତାଙ୍କ କାର୍ଯ୍ୟକାଳରେ ଏହିପରି ଭିନ୍ନକ୍ଷମ ମାନଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ପ୍ରଦାନ କରିଥିଲେ ତେଣେ ସେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବାଲିଆପାଳ ବିଡିଓ ରାଧା ରଞ୍ଜନ ଦାଶ , ବସ୍ତା ବିଡିଓ ମିହିର ରଞ୍ଜନ ବେହେରା, ବସ୍ତା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଅଞ୍ଜଳି ଦାସ,ସଦର ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁନୀତା ବେହେରାଙ୍କ ସମେତ ଦୁଇ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.