ରତନପୁର (ନର୍ଲା):ନର୍ଲା ଅଦ୍ୟ ତା-୧୮.୦୯.୨୨ ରିଖ ରବିବାର ଦିବା ଘ.୧୧ ସମୟରେ ବାରଙ୍ଗପାଲିଆ କୁଳ ମହୋତ୍ସବର ୨ୟ ପ୍ରସ୍ତୁତି ବୈଠକ ଆମପଡ଼ା ନିବାସୀ ଶ୍ରୀ ଏକଲବ୍ଯ ପଧାନଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବରିଷ୍ଠ ଶିକ୍ଷାବିତ୍ କବି ଶ୍ରୀ କ୍ଷିତିପତି ପଧାନ ଅଧ୍ଯକ୍ଷତା କରିଥିବା ବେଳେ ଉଦ୍ୟେକ୍ତା ମଣ୍ଡଳୀର ସମସ୍ତ ସଭ୍ୟ ଓ ବିଭିନ୍ନ ବ୍ଲକ ସ୍ତରୀୟ ଆଞ୍ଚଳିକ କମିଟୀ ସଭ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରି ନିମ୍ନ ପ୍ରସ୍ତାବ ଗୁଡିକୁ ଆଳୋଚନା କରି ସର୍ବସମ୍ମତ୍ତି କ୍ରମେ ଗୃହିତ କରିଥିଲେ । କୁଳ ମହୋତ୍ସବର ଶୁଭାରମ୍ଭ ପୂର୍ବରୁ ରାମଚଣ୍ଡୀ ପିଠ ଯମୁନାବାହାଲ ମନ୍ଦିରରୁ ମଶାଲ ଯାତ୍ରା, ମଞ୍ଚ ବ୍ୟବସ୍ଥା, ନିମନ୍ତ୍ରଣ ପତ୍ରିକା, ଭୋଜନ ବ୍ଯବସ୍ଥା, ସ୍କରଣିକା ପ୍ରକାଶନ, ଓ ଆର୍ଥିକ ବ୍ୟବସ୍ଥା ଉପରେ ପର୍ଯ୍ୟା ଆଳୋଚନା କରାଯାଇଥିଲା । ସଭାପତି ଶ୍ରୀ ପଧାନ ସଭାର ଗୁରୁତ୍ଵ ଆରୋପ କରି ବାରଙ୍ଗପାଲିଆ କୁଳ ମହୋତ୍ସବର ସାଫଲ୍ୟ ନିମନ୍ତେ ଏକ ପରିଚାଳନା କମିଟି ଗଠନ ପାଇ ଉପସ୍ଥିତ ସଭ୍ୟଙ୍କୁ ଅନୁରୋଧ କରିଥିଲେ। ଏହି ସଭାରେ ସର୍ବସମ୍ମତି କ୍ରମେ ଶ୍ରୀ ଗିରିଶ ଚନ୍ଦ୍ର ପଧାନଙ୍କୁ ସଭାପତି ଓ ଶ୍ରୀ କୃଷ୍ଣଚନ୍ଦ୍ର ପଧାନଙ୍କୁ ଉପସଭାପତି ଭାବରେ ମନୋନୀତ କରିଥିଲେ । ଶ୍ରୀ ଆଦିତ୍ୟ କୁମାର ପଧାନ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭାବରେ ଶ୍ରୀ ରୋହିତ ପଧାନଙ୍କୁ ମନୋନୀତ କରିଥିଲେ । କୋଷାଧ୍ୟକ୍ଷ ଭାବରେ ବ୍ରୁନ୍ଦାବନ ପଧାନଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ। ପରିଚାଲନା କମିଟୀର ସକ୍ରିୟ ସଭ୍ୟ ଭାବରେ ଶ୍ରୀ ଲମ୍ବୋଦର ପଧାନ, ପ୍ରଦିପ କୁମାର ପଧାନ, ଶଙ୍କର ପଧାନ, ଟିକେଚନ ପଧାନ, ପଞ୍ଚାନନ ପଧାନ , ଗିରିଧାରି ପଧାନ, କୀର୍ତ୍ତନ ପଧାନ, ନୀଳାମ୍ବର ପଧାନ ପ୍ରମୁଖ ମନୋନୀତ ହୋଇଥିଲେ। ସଭାରେ ଶ୍ରୀ କୈଳାଶ ଚନ୍ଦ୍ର ପଧାନ,ଠାକୁର ପଧାନ, ଟିକେଶ୍ଵର ପଧାନ, ଉପେନ୍ଦ୍ର ପଧାନ, କୃଷ୍ଣଚନ୍ଦ୍ର ପଧାନ, ଚକ୍ରଧର ପଧାନ, ମୋତିଲାଲ ପଧାନ, ମଦନ ପଧାନ, ଭବାନୀ ଶଙ୍କର ପଧାନ, ମହେନ୍ଦ୍ର ପଧାନ, ଚନ୍ଦ୍ରଶେଖର ପଧାନ, ଶଙ୍କର ଚନ୍ଦ୍ର ପଧାନ, ବୃନ୍ଦାବନ ପଧାନ, ଏକଲବ୍ୟ ପଧାନ ପ୍ରମୁଖ ଅଂଶ ଗ୍ରହଣ କରି ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.