ବାଲିପାଟଣା ବ୍ଲକ ରେ ଅହିଂସା ରଥ ପରିକ୍ରମା

ବାଲିପାଟଣା – ବାଲିପାଟଣା ଗୋପବନ୍ଧୁ ଛକ ଠାରୁ ବାଲିପାଟଣା ବ୍ଲକ ଓ ବୁଦ୍ଧନାଥ ହାଇସ୍କୁଲ ସହ ବନମାଳି ପୁର ସ୍କୁଲ ପଯ୍ୟନ୍ତ ଅହିଂସା ରଥ ପରିକ୍ରମା କରିଥିଲା । ମହାତ୍ମା ଗାନ୍ଧୀଙ୍କର ଅହିଂସା ଆନ୍ଦୋଳନ ଯୋଗୁ ବିନା ଯୁଧ୍ୟ ରେ ଦେଶକୁ ଅହିଂସା ଆନ୍ଦୋଳନ କରି ଦେଶ ସ୍ଵାଧୀନ କରିଥିଲେ ।

ତାଙ୍କର ଦେଶ ପାଇଁ ଅତୁଳନୀୟ ଅବଦାନକୁ ସ୍ମରଣ ରଖିବା ପାଇଁ ଏହି ଅହିଂସା ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ସରକାରୀ ସ୍ଥରରେ ସମସ୍ଥେ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଏହି ଆହିଂସା ରଥ ପରିକ୍ରମା ରେ ଯୋଗ ଦେବା ସହିତ ଏକ 50ଫୁଟ ର  ତିରଙ୍ଗା ଧରି ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିପାଟଣା ବ୍ଲକ ପରିଷରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବାଲିପାଟଣା   ବିଡ଼ିଓ  ଆଦିକନ୍ଦ ବେହେରା ଓ ବାଲିପାଟଣା ତହସିଲଦାର, ସୂଚନା ସମ୍ପ୍ରସାରଣ ଅଧିକାରୀ ପଠାଣି ରାଉତ,

ବାଲିପାଟଣା ବ୍ଲକ ଚେୟାରମ୍ୟାନଙ୍କ ସହ ଅନ୍ୟ  ବିଭାଗର ଅଧିକାରୀ ମାନଙ୍କ ସହ ସ୍ଥାନୀୟ ବିଧାୟକ ଡକ୍ଟର ଅରବିନ୍ଦ ଢାଲୀ,ବିଧାୟକଙ୍କ ବ୍ଲକ ପ୍ରତିନିଧି କୈଳାଶ ଚନ୍ଦ୍ର ସେଠୀ ,ବିଧାୟକଙ୍କ ଯୁବ ସଭାପତି  ରାନୁ ଜେନା,ନରେନ୍ଦ୍ର ଭୋଳ, ରାଜ କିଶୋର ପରିଡା,ବୁଧନାଥ ବାରିକ,ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପ୍ରସାରଣ ବିଭାଗର ଅଧିକାରୀ  ପରିଚାଳନା କରିଥିଲା ।  ବାଲିପାଟଣା ଥାନା ଅଧିକାରୀ ଓ ବନମାଳିପୁର ଫାଣ୍ଡି ଅଧିକାରୀ ହରେକୃଷ୍ଣ ପ୍ରଧାନ  ଏହି କାର୍ଯ୍ୟକ୍ରମ ରେ ଆଇନ ଶୃଙ୍ଖଳା ରକ୍ଷା କରିବା ଉପସ୍ଥିତ ଥିଲେ ।

Comments are closed.