ବଢୁଛି ଶୀତ, ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର : ରାଜ୍ୟବ୍ୟାପୀ ପ୍ରବଳ ଶୀତ ଲହରି ଅନୁଭୂତ ହେଉଛି। ଶନିବାର ରାତିରେ ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡ଼ିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ବେଳେ କିରେଇରେ ୮.୨ ଡ଼ିଗ୍ରୀ, ଜି.ଉଦୟଗିରିରେ ୮. ୬ ଡ଼ିଗ୍ରୀ, ରାଉରକେଲାରେ ୮. ୮ ଡ଼ିଗ୍ରୀ, ଅନୁଗୁଳରେ ୯ ଡ଼ିଗ୍ରୀ, ରାଣୀତାଲରେ ୯.୪ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡ଼ିଗ୍ରୀ, ସୁନ୍ଦରଗଡ଼ରେ ୯.୫ ଡ଼ିଗ୍ରୀ, କେନ୍ଦୁଝରରେ ୯.୬ ଡ଼ିଗ୍ରୀ, କୋରାପୁଟରେ ୯.୬ ଡ଼ିଗ୍ରୀ ଓ ଝାରସୁଗୁଡାରେ ୯.୮ ଡ଼ିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ରା ୧୩.୨ ଡିଗ୍ରୀକୁ ଖସିଥିବା ବେଳେ କଟକରେ ୧୩.୫ ଡିଗ୍ରୀ ରେକର୍ଡ଼ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ଓ କଟକରେ ତାପମାତ୍ରା ୧୩ ଡିଗ୍ରୀ ଛୁଇଁଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ।

Comments are closed.