ଗଜପତି,୨୦। ୮(ମନୋଜ ପାଢ଼ୀ):– ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ଅପରାହ୍ନ ୩ଟା ସମୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ଡିଏଲଏସଏର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଶ୍ରୀ ବିମଳ ରାଉଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ “ବିଶାଖା ଓ ଅନ୍ୟମାନେ ବନାମ ରାଜସ୍ଥାନ ରାଜ୍ୟ ଓ ଅନ୍ୟମାନେ” ମାମଲା ସମ୍ପର୍କରେ ସଚେତନତା ପ୍ରଦାନ କରାଯାଇଥିଲା। କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡ଼ନ ରୋକିବା, ମହିଳାଙ୍କ ଅଧିକାର ଏବଂ ଆଇନଗତ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।ଏଥି ସହିତ ସ୍ଥାୟୀ ଲୋକ ଅଦାଲତର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ ଏବଂ ଲୋକମାନେ କିପରି ଏହାର ମାଧ୍ୟମରେ ସୁଲଭ ଓ ତ୍ୱରିତ ନ୍ୟାୟ ପାଇପାରିବେ, ସେ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମରେ ସଚିବ ଶ୍ରୀ ବିମଳ ରାଉଲ, ଜିଲ୍ଲା ଅଦାଲତ, ଗଜପତିର ସରକାରୀ ଅଭିଯୋଜକ ଶ୍ରୀ ରାଜେଶ କୁମାର ମିଶ୍ର, ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ, ଡିଏସଡ୍ଳୁଓଙ୍କ ପ୍ରତିନିଧି ଶ୍ରୀମତୀ ଗାୟତ୍ରୀ ପଟ୍ଟନାୟକ, ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଶ୍ରୀମତୀ ସୁନୀତା ବେହେରା ଏବଂ ଗାୟତ୍ରୀ ପରିବାର, ପାରଳାଖେମୁଣ୍ଡିର ଗଜପତି ଯୁବ ସଂଯୋଜକ ଶ୍ରୀ ନୀଳକମଳ ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ଉକ୍ତ ବିଷୟଗୁଡ଼ିକ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇ ବିଭିନ୍ନ ଆଇନଗତ ବିଷୟ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.