କୋହଲିଙ୍କ ପ୍ରତି ଇନ୍‌ଷ୍ଟାଗ୍ରାମ ପୋଷ୍ଟ ୧୧.୪୫ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ତାରକା କ୍ରିକେଟର ବିରାଟ କୋହଲି ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରତ୍ୟେକ ପ୍ରାୟୋଜିତ ପୋଷ୍ଟ ପିଛା ୧୧.୪୫ କୋଟି ଟଙ୍କା ପାଇଥାନ୍ତି। ହୋପର ଏଚ୍‌କ୍ୟୁ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କ୍ରୀଡ଼ାବିତ୍‌ଙ୍କ ତାଲିକାରେ ପର୍ତୁଗାଲ୍‌ ଫୁଟବଲ୍‌ ତାରକା କ୍ରିଷ୍ଟିଆନୋ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇବା ପରେ ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ଅଧିନିୟମ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇବା ପରେ ଆଜି ‘ଦିଲ୍ଲୀ ସେବା ଅଧିନିୟମ’ ସମେତ ସଂସଦର ମୌସୁମୀ ଅଧିବେଶନରେ ପାରିତ ହୋଇଥିବା ୪ଟି ଚିଠା ଆଇନରେ ପରିଣତ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିବା ବାକି ୩ଟି ଚିଠା ବା ‘ବିଲ୍‌’ ମଧ୍ୟରେ ରହିଛି,…

ଗେଣ୍ଡାଳିଆ ଶିକାର କଲେ ୫ ହଜାର ଜରିମାନା

କଙ୍କଡ଼ାହାଡ଼: ମୌସୁମୀ ଆଗମନରେ ପ୍ରତିବର୍ଷ ଗାଁକୁ ଆସନ୍ତି ଗେଣ୍ଡାଳିଆ। ସେମାନେ ଆସିଲେ ଭଲ ଫସଲ ହେବ ବୋଲି ଗ୍ରାମବାସୀଙ୍କର ବିଶ୍ବାସ ରହିଛି। ଏଣୁ ଗ୍ରାମବାସୀ ଗେଣ୍ଡାଳିଆ ସୁରକ୍ଷା ନେଇ ତତ୍ପର ଥାନ୍ତି। ଏଥିପାଇଁ ଗାଁରେ କଠୋର ନିୟମ କରାଯାଇଛି। ଯଦି କେହି ଗେଣ୍ଡାଳିଆଙ୍କ ଶିକାର କରନ୍ତି…

ରାଜରାସ୍ତାରେ ଭାଷା ନିୟମକୁ ଫୁ…ଟ୍ରା‌ଫିକ୍‌ ପୋଷ୍ଟ ଫଳକରେ ଇଂରାଜୀ

ଚନ୍ଦ୍ରଶେଖରପୁର: ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବୈଠକ କରି ଆଇନର କଡ଼ାକଡ଼ି ଅନୁପାଳନ ନିମନ୍ତେ ଶ୍ରମ ଆୟୁକ୍ତ,…

ରୁଦ୍ରପ୍ରୟାଗରେ ଭୂସ୍ଖଳନ : ୫ କେଦାରନାଥ ଯାତ୍ରୀ ମୃତ

ଡେରାଡୁନ୍‌: ଭୂସ୍ଖଳନ ଯୋଗୁଁ କାର୍‌ ପ‌ୋତି ହୋଇପଡ଼ିବାରୁ ଗୁରୁବାର ରାତିରେ ଉତ୍ତରଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ୫ଜଣ କେଦାନାଥ ଯାତ୍ରୀ ପ୍ରାଣ ହରାଇଥିବା କଥା ‘ନିଉଜ୍‌ ଏଜେନ୍‌ସି ପିଟିଆଇ’ ରିପୋର୍ଟ କରିଛି। ‘ପିଟିଆଇ’ ରିପୋର୍ଟ ଅନୁସାରେ, ଗୁରୁବାର ରାତିରେ ଗୁପ୍ତକାଶୀ-ଗୌରୀକୁଣ୍ଡ…

ଭୁଲ୍ ଇଞ୍ଜେକସନ ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ବାଲେଶ୍ୱର: ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଡାକ୍ତରଖାନେରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସର୍ଦ୍ଦାର ବନ୍ଧ ପଞ୍ଚାୟତର…

ଝାଡ଼ାବାନ୍ତିରେ ୮୦ ଛାତ୍ରଛାତ୍ରୀ

ସମ୍ବଲପୁର: ଝାଡ଼ାବାନ୍ତିରେ ପ୍ରାୟ ୮୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଘଟଣା ଘଟିଛି ସମ୍ବଲପୁର ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ lଗୁରୁବାର ପିଲାମାନେ ହଷ୍ଟେଲରେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଶୁକ୍ରବାର ସକାଳେ କିଛି ପିଲାଙ୍କୁ ବାନ୍ତି ହୋଇଥିଲା। ଆଉ କିଛି ପିଲାଙ୍କୁ ଝାଡ଼ା…

ଆଜି ବିଶ୍ବହାତୀ ଦିବସ

ଭଞ୍ଜନଗର: ଘୁମୁସର ଜଙ୍ଗଲ ରାଜ୍ୟର ବୃହତ୍‌ ବନଖଣ୍ଡ କହିଲେ ଭୁଲ୍ ହେବ ନାହିଁ। ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ଏହି ଡିଭିଜନ ମୂଲ୍ୟବାନ କାଠ, ବାଉଁଶ ଗଛ, ବହୁ ବନ୍ୟପ୍ରାଣୀ ଓ ବିରଳ ପ୍ରଜାତିର ପଶୁଙ୍କ ପ୍ରମୁଖ ବିଚରଣସ୍ଥଳୀ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବୃହତ ଭୌଗୋଳିକ…

ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର

କେନ୍ଦୁଝର: ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ଆଜି ଗାଁ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସୁଶାନ୍ତଙ୍କ ପାର୍ଥିବ ଶରୀର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରରେ…

ହାଇୱ। ଧକ୍କାରେ ଯୁବକ ମୃତ

ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ବଜାର ପଶ୍ଚିମ ପଟେ ରାତି ବାରଟା ସମୟରେ ହାଇୱ। ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବିରେ ଫତେଗଡ଼-ଖଣ୍ଡପଡ଼ାକୁ ସଂଯୋଗ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ଫଳରେ…