ବାଳମୁକୁନ୍ଦ
ଶ୍ୟାମଳ ସକାଳ ତୁ
ଚୁଆଁ ଜହ୍ନରାତି
ଗୋପର ଗୋବିନ୍ଦ ତୁହି
ମିଠା ପ୍ରେମ କାତି ।
ହସରେ ତୋ ଫୁଟିଯାଏ
କଦମ୍ବ ଡାଳରେ
ଦୁଷ୍ଟାମିରେ ଉଛୁଳଇ
ଯମୁନା ଜୁଆରେ ।
ମଧୁବନୁ ଉଇଁ ଆସୁ
ଦ୍ବିତୀୟାର ଚାନ୍ଦ
ଗୋପୀଙ୍କ ଛାତିରେ ଭାଙ୍ଗି
ସବୁ ପ୍ରୀତି ବନ୍ଧ ।
ଷୋହଳସହସ୍ର ଫୁଲ
ଗୋଟିଏ ଭଅଁର…