ବିହାରରେ ଖେଳ ହେବା ବାକି ଅଛି : ତେଜସ୍ବୀ ଯାଦବ

ପଟନା : ବିହାର ରାଜନୀତିରେ ପୁଣି କିଛି ‘ବଡ଼’ ଘଟଣା ଘଟିବାକୁ ଯାଉଛି ଏବଂ ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି ଯେ ନୀତୀଶ କୁମାର ମେଣ୍ଟ ଛାଡି ପୁଣି ଥରେ ଏନଡିଏକୁ ଆସିପାରନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ବାସଭବନରେ ଆରଜେଡିର ଏକ ବୈଠକ ଅନୁଷ୍ଠିତ ହୋଇଛି, ଏହା ପରେ ତେଜସ୍ୱୀ ଯାଦବ ଏକ ବଡ ଦାବି କରିଛନ୍ତି । ବିହାରରେ ଆଗକୁ ଖେଲ ହେବା ବାକି ଅଛି ବୋଲି ସେ କହିଛନ୍ତି ।

ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ରାବଡି ଦେବୀଙ୍କ ସମେତ ରାଜ୍ୟ ବିଧାନସଭାର ସଦସ୍ୟମାନେ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ତେଜସ୍ୱୀ ଯାଦବ ବୈଠକରେ ଉପସ୍ଥିତ ଦଳୀୟ ନେତାମାନଙ୍କୁ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ସମ୍ମାନାସ୍ପଦ ନେତା । କିନ୍ତୁ ଏମିତି ଅନେକ କଥା ଅଛି ଯାହା ତାଙ୍କ ‘ନିୟନ୍ତ୍ରଣ’ରେ ନାହିଁ। ତେବେ ବିହାରରେ ଏବେ ଖେଳ ହେବା ବାକି ଅଛି ବୋଲି ସେ ଦାବି କରିଛନ୍ତି ।

ତେଜସ୍ୱୀ ଯାଦବ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ମାନଜନକ ଥିଲେ ଓ ଅଛନ୍ତି। ମହାମେଣ୍ଟରେ ଆରଜେଡିର ସହଯୋଗୀ ଦଳମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଉଛନ୍ତି ।

ଅନ୍ୟପକ୍ଷରେ ରବିବାର ପଟନାଠାରେ ଜେଡିୟୁ ବିଧାୟକଦଳ ବୈଠକ ବସିବାର ସମ୍ଭାବନା ରହିଛି । ତାପରେ ନୀତୀଶ ଇସ୍ତଫା ଦେବାର ସମ୍ଭାବନା ରହିଛି ।

Comments are closed.