ଏସଆରସିଙ୍କ ସୂଚନା ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବା ଆଶଙ୍କା ।

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା କମିଥିଲେ ବି ଟଳିନି ବିପଦ । ଏହାରି ମଧ୍ୟରେ ଏସଆରସି ପ୍ରଦୀପ ଜେନା ବର୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ନିଶ୍ଚିତ ବନ୍ୟା ହେବ ବୋଲି ଏସଆରସି କହିଛନ୍ତି । ଏହି ୨ଟି ଜିଲ୍ଲାରେ ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ ବୋଲି ଏସଆରସି କହିଛନ୍ତି ।ଏସଆରସି ପ୍ରଦୀପଙ୍କ କହିବା ମୁତାବକ, ‘ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବର୍ତ୍ତମାନ ଗାଲୁଡିହି ବ୍ୟାରେଜର ୧୬ଟି ଗେଟ ଖୋଲା ରହିଛି । ଏହା ଫଳରେ ପ୍ରାୟ ୫ ଲକ୍ଷ କ୍ୟୁସେକ ପାଣି ଆସୁଛି । ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବା ଆଶଙ୍କା କରାଯାଉଛି ।ବନ୍ୟାକୁ ଦୃଷ୍ଟିରେ ରଖି ୫୮ଟି ଅତିରିକ୍ତ ରେସ୍କୁ ଟିମ୍ ୨ ଜିଲ୍ଲାକୁ ଯାଇଛନ୍ତି । ବନ୍ୟା ହେବ, ଏଥିରେ ଯେପରି କାହାର ଜୀବନହାନି ନହେଉ, ତାହା ଆମର ପ୍ରାଥମିକତା ବୋଲି ଏସଆରସି କହିଛନ୍ତି ।

Comments are closed.