ଧଉଳି: ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଦ୍ୟୁତ ସବଷ୍ଟେସନ ନିକଟରେ ଏକ ପରିତ୍ୟକ୍ତ କୋଠାଘରେ ଅପରାଧ ଘଟାଇବା ପାଇଁ ଆଡ୍ଡା ଜମାଇଥିବା ଏକ ଗ୍ୟାଙ୍ଗକୁ ଧରିବାକୁ ଯାଇ ଧଉଳି ଥାନା ପୁଲିସ ଆକ୍ରମଣର ଶିକାର ହୋଇଛି। ଅପରାଧୀଙ୍କ ଆକ୍ରମଣରେ ଏସଆଇ ସନ୍ତୋଷ ବଳ (୨୮) ଓ ହାବିଲଦାର ରାଜକିଶୋର ବାଗ ଗୁରୁତର ଆହତ ହୋଇଛନ୍ତି। ହାତୁଡ଼ାରେ ଜଣେ ଅଭିଯୁକ୍ତ ଏସଆଇ ବଳଙ୍କ ଉପରେ ଆକ୍ରମଣ କରିଥିଲେ ହେଁ ଉପସ୍ଥିତ ସାଥୀ ପୁଲିସ କର୍ମଚାରୀ ତାକୁ କାବୁ କରି ନେଇଥିଲେ। ଦୀର୍ଘ ସମୟ ଧରି ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ମାରପିଟ ଚାଲିଥିଲା। ସ୍ପେଶାଲ ସ୍କ୍ବାର୍ଡ଼ ଓ ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଯାଇଥିଲା। ଖବର ପାଇ ଧଉଳି ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଘଟଣାରେ ସଂପୃକ୍ତ ଆଉ ୮ ଜଣ ଖସି ପଳାଇଥିବା ଜଣାପଡ଼ିଛି। ବିଭିନ୍ନ ଥାନା ଅଞ୍ଚଳରେ ଅନେକ ଅପରାଧିକ ମାମଲା ଥିବା ମାଷ୍ଟର ମାଇଣ୍ଡ କୁହାଯାଉଥିବା ହାପି ଜଣେ ପୁଲିସ କର୍ମଚାରୀଙ୍କ ହାତକୁ କାମୁଡ଼ି ଘଟଣାସ୍ଥଳରୁ ଖସି ପଳାଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.