ନୟାଗଡ଼ (୯/୬): ଅଶୋକ ନାୟକ (୩୩ବର୍ଷ) କେନ୍ଦ୍ରୀୟ ଗୁଜରାଟ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ସୋସିଆଲ ସାଇନ୍ସେସ୍ ଅନ୍ତର୍ଗତ ଡିପାର୍ଟମେଣ୍ଟ ଅଫ୍ ଷ୍ଟଡିଜ୍ ଇନ୍ ଇକୋନୋମିକ୍ସ ଆଣ୍ଡ ପ୍ଲାନିଂରୁ ଅର୍ଥନୀତି ବିଷୟରେ ପିଏଚ୍.ଡି. ଉପାଧି ହାସଲ କରି ଗୌରବ ଲାଭ କରିଛନ୍ତି। ସେ ପ୍ରଫେସର କ୍ଷମାନିଧି ଆଦବରଙ୍କ ନିର୍ଦ୍ଦେଶନାରେ “Farmers’ Financial Capability in India: A Regional Analysis” ଶୀର୍ଷକ ଗବେଷଣା ପ୍ରବନ୍ଧ ସମ୍ପୂର୍ଣ୍ଣ କରି ଏହି ସଫଳତା ହାସଲ କରିଛନ୍ତି।
ତାଙ୍କ ଗବେଷଣା କାର୍ଯ୍ୟକୁ ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟି (NEHU), ଶିଲଙ୍ଗ, ମେଘାଳୟର ଅର୍ଥନୀତି ବିଭାଗର ପ୍ରଫେସର ଚିତ୍ତରଞ୍ଜନ ନାୟକ ଏବଂ ସର୍ଦ୍ଦାର ପଟେଲ ଇନଷ୍ଟିଚ୍ୟୁଟ ଅଫ୍ ଇକୋନୋମିକ୍ ଆଣ୍ଡ ସୋସିଆଲ ରିସର୍ଚ୍ଚ, ଆହମଦାବାଦ, ଗୁଜରାଟର ସହଯୋଗୀ ପ୍ରାଧ୍ୟାପକ ଡ. ସୁବ୍ରତ ଦତ୍ତ ବାହ୍ୟ ପରୀକ୍ଷକ ଭାବେ ମୂଲ୍ୟାୟନ କରି ଗବେଷଣା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ।
ଡ. ନାୟକ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଆମ୍ବପଡା ଗ୍ରାମର ସ୍ୱର୍ଗତ ଅରବିନ୍ଦ ନାୟକ ଓ ଶ୍ରୀମତୀ ସୁକାନ୍ତି ନାୟକଙ୍କ ପୁତ୍ର। ବର୍ତ୍ତମାନ ସେ ସାଇନ୍ସ କଲେଜ, କଙ୍କୋରାଡା, ଗଞ୍ଜାମରେ ଅର୍ଥନୀତି ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କର ଗବେଷଣା ନିର୍ଦ୍ଦେଶକ, କଲେଜ ଅଧ୍ୟକ୍ଷ, ସହକର୍ମୀ, ମାଆ, ବନ୍ଧୁବର୍ଗ ଏବଂ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଡ. ନାୟକଙ୍କ ଏହି ସଫଳତା ପାଇଁ କଲେଜ, ପରିବାର, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।ତାଙ୍କର ଭବିଷ୍ଯତ ଉଜ୍ଜ୍ବଳମୟ ହେଉ।
ରିପୋର୍ଟ-ସନାତନ ମହାକୁଡ଼