ଅରୁଣାଚଳ ପ୍ରଦେଶ ନିକଟରେ ଚୀନ ସେନା କରୁଛି ନିର୍ମାଣ କାମ । 

ନୂଆ ଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୀମା ନିକଟରେ ଚୀନ ସେନାର ନିର୍ମାଣ କାମ ଜାରି ରହିଛି । ଏହାକୁ ସ୍ଥାନୀୟ ଲୋକେ କ୍ୟାମେରାରେ କଏଦ କରିଛନ୍ତି । ଅନଜାବ ଜିଲ୍ଲାର ସ୍ଥାନୀୟ ଲୋକମାନେ ନିର୍ମାଣାଧୀନ କାର୍ଯ୍ୟସ୍ଥଳୀର ଫଟୋ ଉଠାଇଛନ୍ତି । ମେସିନ ସହାୟତାରେ ଚୀନ ସେନା କାମ କରୁଛି । ଚାଗଲଶଗମରେ ହାଡିଗାରା-ଡେଲ୍ଟା ୬ ନିକଟରେ ଚୀନର ସେନା ଏହି ନିର୍ମାଣାଧୀନ କାମ କରୁଛନ୍ତି । ଚାଗଲାମ ସଂପର୍କରେ ସୂତ୍ରରୁ ଜଣାପଡ଼ିଛି ଯେ, ଜଣେ ବ୍ୟକ୍ତିଙ୍କୁ ଏଠାକୁ ପହଞ୍ଚିବା ପାଇଁ ୪ ଦିନ ସମୟ ଲାଗିଥିଲା । ଭାରତ-ଚୀନ ସୀମା (ବାସ୍ତବିକ ସୀମା ରେଖା) ନିକଟରେ ଚାଗଲାମ ଭାରତର ଶେଷ ପ୍ରଶାସନିକ ସ୍ଥାନ । ନିର୍ମାଣାଧୀନ ସ୍ଥାନର ଭିଡିଓ ଗତ ୧୧ ତାରିଖରେ ରେକର୍ଡିଂ କରାଯାଇଥିଲା । ସ୍ଥାନୀୟ ଲୋକେ ଜାତୀୟ ଗଣମାଧ୍ୟମର ପ୍ରତିନିଧିଙ୍କ ସହିତ ଆଲୋଚନା କଲାବେଳେ ଏହି ସୂଚନା ଦେଇଛନ୍ତି ।

ସେମାନେ କହିଛନ୍ତି ଯେ, ବେଜିଂର ଏହି କଥିତ ଜବରଦଖଲ ଚିନ୍ତାର କାରଣ ହୋଇଛି । ଭାରତ-ଚୀନ ସୀମା ନିକଟରେ ଥିବା ଶୀ ଯୋଭୀ ଜିଲ୍ଲାର ଜଣେ ସ୍ଥାନୀୟ ନିବାସୀଙ୍କ କହିବା ଅନୁସାରେ ଏଲଏସି ନିକଟରେ ଚୀନର ନିର୍ମାଣ କାମ ଜାରି ରହିଛି । ସ୍ଥାନୀୟ ନିବାସୀଙ୍କ କହିବା ଅନୁସାରେ ଭାରତୀୟ ସେନା କାହାରିକୁ ଅନ୍ତର୍ଜାତୀୟ ସୀମା ନିକଟକୁ ଯିବାକୁ ଦେଉ ନାହିଁ । ମାତ୍ର ସେ କହିଛନ୍ତି ଯେ, ଭାରତ ତରଫରୁ କରାଯାଇଥିବା ଭିତ୍ତିଭୂମିର କାମ ସେତେ ଶକ୍ତିଶାଳୀ ନୁହେଁ ।

Comments are closed.